ବଅଁରପାଳ : ଅନୁଗୋଳ ଜିଲା ନାଲକୋ ସ୍ମେଲଟର ପ୍ଲାଣ୍ଟର ପଟ୍ଲାଇନ୍ ଏ ଓ ବି ମଧ୍ୟସ୍ଥଳରେ ମଙ୍ଗଳବାର ସକାଳେ ଜଣେ ଠିକାଦାରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମ୍ପୃକ୍ତ ଠିକାଦାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଠିକାଦାର କାର୍ରେ ପଟ୍ଲାଇନ୍ ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍ ମ୍ୟାଗନେଟ କାର୍ଟିକୁ ଟାଣି ନେଇଥିଲା। ଫଳରେ କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ମୁତାବକ ଉକ୍ତ ରାସ୍ତା ଦେଇ କୌଣସି ଗାଡ଼ି ଯାତାୟାତ କରିପାରିବ ନାହିଁ ବୋଲି ନାଲକୋ ପକ୍ଷରୁ ନୋଟିସ୍ ଲଗାଯାଇ ବାରଣ କରାଯାଇଛି। ତେବେ ଏହାକୁ ଅବମାନନା କରି ଠିକାଦାର କିଭଳି କାର୍ରେ ଉକ୍ତ ନିଷିଦ୍ଧାଞ୍ଚଳ ରାସ୍ତା ଦେଇ ଗଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନାଲାକୋର ସୁରକ୍ଷା ବିଭାଗର ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା ନେଇ ନାଲକୋ କର୍ମଚାରୀ କହିଛନ୍ତି। ସେହିପରି ମଙ୍ଗଳବାର ସକାଳେ ପଟ୍ଲାଇନ୍ ପରିସରରେ ପିଟିଏମ୍ କ୍ରେନର ଏକ ପ୍ୟାନେଲ ବକ୍ସ ଉପରୁ ତଳକୁ ଗଳିପଡ଼ିଥିଲା। ଯଦି ସେହି ସମୟରେ କୌଣସି ଶ୍ରମିକ କାମ କରୁଥାନ୍ତେ ତେବେ ସେମାନେ ଦୁର୍ଘଟଣାର ଶୀକାର ହୋଇଥାନ୍ତେ ବୋଲି କୁହାଯାଇଛି।
Related Stories
October 18, 2025