ଅନୁଗୁଳ-ଅନୁଗୁଳ ଜିଲ୍ଲା ପୋଲିସ ମୁଖ୍ୟାଳୟ ଦ୍ୱାରା କୋବିଡ଼ -19 ସମ୍ବନ୍ଧୀୟ ଜିଲ୍ଲାରେ ନିଆ ଯାଇ ଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଅଛି।ମିଳି ଥିବା ସୂଚନା ମୁତାବକ ଜିଲ୍ଲାରେ 17 ମାର୍ଚ୍ଚ ଠାରୁ 4 ମେ ପର୍ଯ୍ୟନ୍ତ ସଙ୍ଗରୋଧ ଭଙ୍ଗ କରିଥିବା ଅଭିଯୋଗରେ 71 ଜଣକ ନାମରେ 22 ଟି ମକଦ୍ଦମା ରୁଜ୍ଜୁ କରାଯାଇଅଛି।ସେହିପରି ଉକ୍ତ ସମୟ ମଧ୍ୟରେ ଲକ ଡାଉନ ନିୟମ ଭଙ୍ଗ କରିଥିବା ଅଭିଯୋଗରେ 879 ଲୋକଙ୍କ ନାମରେ281 ଟି ମକଦ୍ଦମା ରୁଜ୍ଜୁ ହୋଇଥିବା ବେଳେ 336 ଟି ଗାଡି ଜବତ କରାଯାଇଛି ଓ 36 ଟି ଦୋକାନ କୁ ମଧ୍ୟ ସିଲ କରଯାଇଛି।ସୋସିଆଲ ମିଡିଆରେ ଭୁଲ ତଥ୍ୟ ପ୍ରସାରଣ ଅଭିଯୋଗରେ ଉକ୍ତ ସମୟ ମଧ୍ୟରେ ସମୁଦାୟ 5 ଟି ମାମଲା ରୁଜ୍ଜୁ କରାଯାଇଥିବା ବେଳେ 4 ଜଣକୁ ଗିରଫ କରାଯାଇଛି।ମାସ୍କ ପିନ୍ଧିବା ନିୟମ କୁ ଉଲଂଘନ କରିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ପୋଲିସ 22 ଏପ୍ରିଲ ରୁ 4 ମେ ପର୍ଯ୍ୟନ୍ତ 2267 ଜଣ ଲୋକଙ୍କ ଠାରୁ 4 ଲକ୍ଷ 53 ହଜ଼ାର 700 ଟଙ୍କା ଫାଇନ ଆଦାୟ କରାଯାଇଛି।