
ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବିଜୁ ଜନତାଦଳର ବାଲେଶ୍ଵର ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶରେ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ରଙ୍କ ପରାମର୍ଶ କ୍ରମେ ଜିଲ୍ଲା ବିଜେଡିର ଅଗ୍ରଣୀ ଛାତ୍ରନେତା ଶୁଭମ୍ ସାଇ ମହାପାତ୍ରଙ୍କ ନେତୃତ୍ବରେ ଗତ କିଛିଦିନ ହେବ ଲକଡାଉନ୍ ପ୍ରଭାବିତ ଲୋକମାନଙ୍କୁ ସହାୟତା ପ୍ରଦାନ କରାଯାଉଛି। ଆଜି ଜିଲ୍ଲା ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ସମସ୍ତ ପ୍ରକାର ବୈଧାନିକ ସତର୍କତା ପାଳନ ପୂର୍ବକ ୧୦୦ରୁ ଉର୍ଦ୍ଧ୍ବ ପରିବାରକୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଥିବା ଜଣା ପଡିଛି।
ଆଗକୁ ‘ଲକଡାଉନ୍’ର ସମୟସୀମା ବର୍ଦ୍ଧିତ ହେଲେ ମଧ୍ୟ ଏହିପରି ସହାୟତା ଜାରି ରହିବ ବୋଲି ଛାତ୍ର ନେତା ଶୁଭମ୍ ସାଇ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ହ୍ରିତିକ ନାୟକ, ଅଭିଜିତ ବିଶ୍ଵାଳ, ରାଜେଶ ପରିଡ଼ା, ବିଶ୍ଵଜିତ ଦାସ,ବିଭୁଦତ୍ତ ପରିଡ଼ା, ଅଭିଜିତ ଦାସ, ଅଙ୍କିତ୍ ଓଝା, ପ୍ରମୁଖ ଛାତ୍ର ଜନତାଦଳର କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ।