 
                
କେନ୍ଦ୍ରାପଡ଼ା – କଂଗ୍ରେସ ଦଳ ପକ୍ଷରୁ ନିରବଚ୍ଛିନ୍ନ ଆନ୍ଦୋଳନ ଓ ଦାବି ଉପସ୍ଥାପନ ଯୋଗୁ ବର୍ଷା କ୍ଷତିଗ୍ରସ୍ତ ଚାଷୀମ।ନେ ସେମାନଙ୍କ କ୍ଷତିପୂରଣ ପାଇପାରିଥିବା ଜଣାପଡିଛି । କେନ୍ଦ୍ରାପଡା ଜିଲ୍ଲା ପାଇଁ ୧୯ କୋଟି ୪୨ ଲକ୍ଷ ୫୮ ହଜାର ୯୪୭ ଟଙ୍କା କ୍ଷତିପୂରଣ ଆକାରରେ ଚାଷୀମାନଙ୍କୁ ବଂଟନ କରାଯିବ । ଏହି କ୍ଷତିପୂରଣ ରାଶି କେନ୍ଦ୍ରାପଡା, ଡେରାବିଶ, ରାଜନଗର ଓ ଗରଦପୁର ତହସିଲ ଅଧିନ ୫୫ଟି ପଂଚାୟତରେ ଥିବା ୨୪୭ ଗ୍ରାମର ୭୮ ହଜାର ୬୫୪ ଜଣ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ । ଜଳସେଚିତ ଜମି କ୍ଷେତ୍ରରେ ହେକ୍ଟର ପିଛା ୧୩ ହଜାର ୫୦୦ ଓ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ଜାର ୮୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ । କଂଗ୍ରେସ ଦଳ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଏହି ସୂଚନା ପ୍ରଦାନ କରାଯାଇଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଦୀର୍ଘ ଏକବର୍ଷର୍ରୁ ଉଦ୍ଧ୍ୱର୍ ଆନ୍ଦୋଳନ ସତ୍ୟାଗ୍ରହ କରାଯିବା ଫଳରେ ସରକାର ବାଧ୍ୟ ହୋଇ ଚାଷୀମାନଙ୍କୁ କ୍ଷତିପୂରଣ ରାଶି ମଞ୍ଜୁର କରିଥିବା କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଛି । ୨୦୧୮ ସେପ୍ଟେମ୍ବରରେ ହୋଇଥିବା ଲଗାଣ ବର୍ଷା ଫଳରେ ଜିଲ୍ଲାର ୫୦ ଭାଗ ଫସଲ ନଷ୍ଟ ହୋଇଯାଇଥିଳା । ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୨୦୧୮ ସେପ୍ଟେମ୍ବରରୁ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇଥିଲେ । ଏ ନେଇ ତତ୍କ।।ଳୀନ ବିରୋଧି ଦଳ ନେତା ନରସିଂହ ମିଶ୍ର ମଧ୍ୟ ବିଧାନସଭାରେ ଏ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ତେବେ ଚାଷୀମାନଙ୍କ ପାଇଁ କଂଗ୍ରେସର ଏହି ଅଭିଯାନକୁ ଜନସାଧାରଣ ସମର୍ଥନ କରିଥିବାରୁ ଦଳ ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ବେହୁରା, ପୂର୍ବତନ କାଉନ୍ସିଲର ଶରତ ବେହୁରା, ସୈାମେନ୍ଦ୍ର ପୃଷ୍ଟି, ଆକବର ଅଲ୍ଲୀ, ସମ୍ଭୀତ୍ ଶ୍ରୀଚନ୍ଦନ, ମୀର ମୃସିଦ୍, ଆଶୀଷ ମେକାପ, ସଂଜୟ ରାଉତ, କମଳାକାନ୍ତ ବେହେରା, ନାରାୟଣ ପରିଡା ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

 
                    







