
-
ଖପରାପଦାର ୧୦୦ ପରିବାରକୁ ଦିଆହେଲା ଅତ୍ୟାବଶ୍ୟକ ସାମଗ୍ରୀ
-
ସିମନ ଦାସମହାପାତ୍ର କଲେ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ
ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ସଂପ୍ରତି ସମଗ୍ର ବିଶ୍ୱ ଆଜି ‘କରୋନା’ ମହାମାରୀରେ କବଳିତ। ଏତିକି ବେଳେ ତଳବର୍ଗର ଅସହାୟ ଲୋକଙ୍କ ପାଖରେ ପହଞ୍ଚିଛି ବିଜୁ ଛାତ୍ର ଜନତାଦଳର କର୍ମୀମାନେ। ଏହି ମହନୀୟ କାର୍ଯ୍ୟ ବାଲେଶ୍ୱର ଜିଲ୍ଲାର ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଇଂ ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶରେ ହେଉଥିବା ପ୍ରକାଶ। ଜିଲ୍ଲା ଛାତ୍ର ସଭାପତି ସିମନ ଦାସମହାପାତ୍ରଙ୍କ ନେତୃତ୍ୱରେ ସହାୟତା କାର୍ଯ୍ୟକ୍ରମ ନିରନ୍ତର ଚାଲୁ ରହିଛି। ସମଗ୍ର ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ବିଗତ ୪୦ ଦିନ ହେବ କରାଯାଉଛି।
ସେହି କ୍ରମରେ ଆଜି ବାଲେଶ୍ୱର ସହରର ଖପରାପଦା ବସ୍ତିରେ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରା ଯାଇଥିବା ସମସ୍ତ ପ୍ରକାର ବୈଧାନିକ ସତର୍କତା ଅବଲମ୍ବନ କରି ସ୍ଥାନୀୟ ପୂର୍ବତନ କାଉନସିଲର୍ ଏବଂ ପୂର୍ବତନ ଉପନଗରପାଳ ମନୋଜ କୁମାର ରାଉତଙ୍କ ଉପସ୍ଥିତିରେ ୧୦୦ ଟି ପରିବାରକୁ ଚାଉଳ, ଚୂଡ଼ା, ଚିନି, ଆଳୁ, ପିଆଜ ଓ ପନିପରିବା ଆଦି ବଣ୍ଟନ କରାଯାଇଛି। ଛାତ୍ର ଜନତା ଦଳର ମହାସଚିବ କୁଶାଲ ଚାଟାର୍ଜୀ, ଉପସଭାପତି ବିଜୟ ଜେନା, ମନୋରଞ୍ଜନ ମହାରଣା, ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ କିରଣ ନାଥ, ସଂଜୀବ ବିଶ୍ୱାଳ, ଟାଉନ ଉପସଭାପତି ଶିବ ଶଙ୍କର ଦାସ, ଟାଉନ ସମ୍ପାଦକ ଜଗତ ଜୀବନ ମହାନ୍ତି, ନରୋତ୍ତମ ଦାସ, ଶୁଭମ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆଗାମୀ ଦିନରେ ଏହି ପରି ଜନହିତକର କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ଚାଲୁ ରହିବ ବୋଲି ସଭାପତି ଶ୍ରୀଦାସମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।