
ବ୍ରହ୍ମପୁର: ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ମହାନଗର ଯୁବ ବିଜେଡି ତରଫରୁ ସୋମବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭ୍ରାମ୍ୟମାଣ ସଂଗ୍ରହ ଯାନକୁ ଡକାଇ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ବିଜେଡି ସଭାପତି ତଥା ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ପୂର୍ବତନ କର୍ପୋରେଟର ଆର୍.ମୂରଲୀ ମୋହନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ରକ୍ତଦାନ ଶିବିରରେ ସଭାପତି ମୁକୁନ୍ଦ ଗୌଡ ପ୍ରମୁଖ ୧ନମ୍ବର ୱାର୍ଡରେ ରାଜେଶ୍ୱର ବେହେରାଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସୁବାଷ ମହାରଣା, ସଂଘମିତ୍ରା ଦଳାଇ, ସଞ୍ଜିତ ପାଣିଗ୍ରାହୀ, ଅଜିତ ପଣ୍ଡା, ସଞ୍ଜୟ ଜେନା, କୃଷ୍ଣଚନ୍ଦ୍ର ସେଠୀଙ୍କ ସମେତ ଯୁବ ବିଜେଡିର ବହୁ କର୍ମକର୍ତ୍ତା ଉପସ୍ଥିତରହି ରକ୍ତଦାନରେ ସାମିଲ୍ ହୋଇଥିଲେ ।