ବ୍ରହ୍ମପୁର: କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ବଳବର୍ତ୍ତର ରହିଥିବା ବେଳେ କିଛି ଶ୍ରମିକ ଓ ମତ୍ସଜୀବୀ ଶ୍ରେଣୀର ଲୋକେ ଚେନ୍ନାଇ, ମାଙ୍ଗାଲୋର ଆଦି ଅଞ୍ଚଳରୁ ସମୁଦ୍ରରେ ଡଙ୍ଗା ସାହାଯ୍ୟରେ ଫେରୁଛନ୍ତି । ଗତ ସପ୍ତାହେ ମଧ୍ୟରେ ୩ଥରରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଲୋକେ ଆସିଥିବା ବେଳେ ସେମାନଙ୍କୁ ପୋଲିସ ଓ ପ୍ରଶାସନ ମିଶି କ୍ୱରାଣ୍ଟାଇନ୍ରେ ରଖିଛନ୍ତି । ଏହି ମର୍ମରେ ସୋମବାର ଦିନ ଏସ୍ପି ପିନାକ ମିଶ୍ର ସଦର ଥାନା ଅନ୍ତର୍ଗତ ସୁନପୁର, ମେରାଇନ୍ ଥାନା ଇଲାକା, ସୁନପୁର ବିଚ୍, ପାତି ସୁନପୁର, ରାମେୟାପାଟଣା, ଚନ୍ଦନବାଡ, ମାର୍କଣ୍ଡୀ ଆଦି ସମୁଦ୍ର ତଟବର୍ତ୍ତୀ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ଗ୍ରାମର କେଉଁଲୋକ ବାହାର ରାଜ୍ୟରେ ରହିଛନ୍ତି ସେମାନଙ୍କ ସହ ଯୋଗାଯୋଗରେ ପରିବାର ଲୋକେ ରହିଛନ୍ତି ନା ନାହିଁ ଓ ସେମାନେ ଆସିବାପରେ ସରକାରଙ୍କ ନୀତି ନିୟମ ଅନୁସାରେ କ’ଣ କ’ଣ କରିବାକୁ ହେବ ତାହା ସମ୍ପର୍କରେ ଗ୍ରାମବାସୀ ଓ ସରପଞ୍ଚମାନଙ୍କ ସହ ଆଲୋଚନା କରିଥିଲେ । ପରେ ପ୍ରତ୍ୟେକ ଗ୍ରାମରେ ପ୍ରଶାସନ ପକ୍ଷରୁ କରାଯାଇଥିବା ସଙ୍ଗରୋଧ କକ୍ଷ ବୁଲି ଦେଖିଥବଲେ । ଏସ୍ପିଙ୍କ ଗସ୍ତ ସମୟରେ ଏସ୍ଡିପିଓ ଜୟନ୍ତ ମହାପାତ୍ର, ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ, ମେରାଇନ୍ ଥାନାଧିକାରୀ ଗୌରାଙ୍ଗଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Related Stories
November 25, 2024