କନ୍ଧମାଳ – ଶିଶୁମାନଙ୍କୁ ପ୍ରାକ୍ ଶିକ୍ଷା ସମ୍ପର୍କିତ ଏକ କର୍ମଶାଳା ଓ ଟିଏଲଏମ ପ୍ରଦର୍ଶନୀ ଆଜି ବନ୍ଧଗଡ ନିକଟସ୍ଥ ଦିଆଭଞ୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସେଭ୍ ଦି ଚାଇଲ୍ଡ ଓ ସ୍ୱାତୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ବନ୍ଧଗଡ, ଫିରିଙ୍ଗିଆ, ଡିମିରିଗୁଡା ଓ ନୂଆପଦର ଅଂଚଳର ପ୍ରାୟ ୪୫ ଜଣ ଅଙ୍ଗନବାଡି କର୍ମୀ ଅଂଶଗ୍ରହଣ କରିଥିଲେ । ଅଙ୍ଗନବାଡିରେ ଅଧ୍ୟୟନ କରୁଥିବା ଶିଶୁ ମାନଙ୍କ ଭାଷା ଓ ଗାଣିତିକ ବିକାଶ ପାଇଁ ଏହି କର୍ମଶାଳାରେ ଶିକ୍ଷା ପ୍ରଦାନ କରାଯିବା ସହ ଫିରିଙ୍ଗିଆ ବ୍ଲକର ସମ୍ବଳ ଶିକ୍ଷକ ସୀମାଂଚଳ ମୂଖୀ ବିଭିନ୍ନ ପ୍ରକାର ଶିକ୍ଷଣ ସାମଗ୍ରୀ ତିଆରି କରି ପ୍ରଦର୍ଶନ କରିଥିଲେ ।
ସ୍ୱାତୀର ସଂଯୋଜକ ପ୍ରଦୀପ କୁମାର ସ୍ୱାଇଁ ଓ ଅଶ୍ୱିନୀ କୁମାର ପାଣି କର୍ମଶାଳାକୁ ପରିଚାଳନା କରିଥିବା ବେଳେ ଆଶିର୍ବାଦ ଚୌଧୁରୀ, ସରସ୍ୱତୀ ବିନ୍ଧାଣି, ନିରୁପମା କହଁର ପ୍ରମୁଖ ସହେଯାଗ କରିଥିଲେ ।