କନ୍ଧମାଳ – କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ଦାବି ଜୋର ଧରିଛି । ଗତକାଲି ମିଳିତ ନାଗରିକ କମିଟି ପକ୍ଷରୁ ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶାନ୍ତି ଶୋଭାଯାତ୍ରା କରି କନ୍ଧମାଳରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି କରି ରଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିବା ବେଳେ ଆଜି କନ୍ଧମାଲ ପିପୁଲ୍ସ ଫରମ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ ହୋଇଛି । ଆଜି ଫରମର କାର୍ଯ୍ୟାଳୟରେ ଫରମର ଆବାହକ ତଥା ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ ଓ ସଭାପତି ରାଧାମୋହନ ମହାପାତ୍ର ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବହୁ ସଂଖ୍ୟାରେ ମହିଳା ଓ ସ୍ଥାନୀୟ ବୁଦ୍ଧିଜୀବୀ ପୋଷ୍ଟକାର୍ଡରେ ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ସମେତ ଜିଲ୍ଲାକୁ ରେଳ ସଂଯୋଗୀକରଣ ଓ ଜିଲ୍ଲାର ଅଧିବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ଦାବି କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ ଚିଠି ଲେଖି ପୋଷ୍ଟ କରିଥିଲେ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ୩ ଦଫା ଦାବି ସମ୍ବଳିତ ଏକ ଲକ୍ଷ ପୋଷ୍ଟକାର୍ଡ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବା ସହ ଏକ ଲକ୍ଷ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ମଧ୍ୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଫରମର ସଭାପତି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଦାବି ପୁରଣ ହେବା ପର୍ଯ୍ୟନ୍ତ ଫୋରମ ତା’ର ଆନ୍ଦୋଳନ ଜାରି ରଖିବ ବୋଲି ସେ କହିଛନ୍ତି ।
Related Stories
November 25, 2024