

କନ୍ଧମାଳ – ଶନିବାର ରାତିରେ ଖଜୁରିପାଡା ଥାନା ଅନ୍ତର୍ଗତ ବଲସକୁମ୍ପା ଦେହୁରୀ ସାହିରେ ଥିବା ଦୁଇଟି ଘରେ ନିଆଁ ଲାଗି ଦୁଇ ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁୟାୟୀ, ରାତି ୧୧ଟାରେ କୌଣସି କାରଣରୁ ସନ୍ତୋଷ କୁମାର ଦେହୁରୀ ଓ ତ୍ରିଲୋଚନ ବିଶୋୟୀଙ୍କ ଚାଳ ଛପର ଘରେ ନିଆଁ ଲାଗି ଯାଇଥିଲା । କୌଣସି ମତେ ଉଭୟ ପରିବାର ନିଆଁ ଦାଉରୁ ରକ୍ଷା ପାଇ ଯାଇଥିଲେ ସୁଦ୍ଧା ସେମାନଙ୍କ ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଖବର ପାଇ ଗ୍ରାମର ଯୁବକ ସଂଘ ସଦସ୍ୟମାନେ ନିଆଁକୁ ଆୟତ କରବାକୁ ଉଦ୍ୟମ କରିଥିଲେ । ମୋବାଇଲ ନେଟୱାର୍କ ନଥିବାରୁ ଦମକଳ ବାହିନୀକୁ ଖବର ଦେବାରେ ବିଳମ୍ବ ହୋଇଥିଲା । ଦମକଳ ଗାଡି ଆସି ନିଆଁ ଲିଭାଇବା ବେଳକୁ ଦୁଇ ଘର ସମ୍ପୂର୍ଣ୍ଣ ଭାବେ ପୋଡି ଯିବା ସହ ସମସ୍ତ ଅସବାବପତ୍ର , ଧାନ, ଚାଉଳ, ଲୁଗାପଟା ପୋଡି ପାଉଁଶ ହୋଇ ସାରିଥିଲା । ଉଭୟ ପରିବାରର ସଦସ୍ୟମାନେ ଏବେ ସର୍ବସ୍ୱାନ୍ତ ହରାଇ ଅସହାୟ ହୋଇ ପଡିଛନ୍ତି । ସେମାନଙ୍କୁ ସରକାରୀ ସହୟତା ଯୋଗାଇଦେବାକୁ ଗ୍ରାମବାସୀ ଓ ଯୁବକ ସଂଘର ସଦସ୍ୟମାନେ ଅନୁରୋଧ କରିଛନ୍ତିା ।