ବ୍ରହ୍ମପୁର: ଗତ ୧୬ତାରିଖ ରାତ୍ରରେ ରିପବ୍ଲି ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ମହାରାଷ୍ଟ୍ରର ପାଲଘର ଠାରେ ହୋଇଥିବା ୨ଜଣ ସାଧୁ ଓ ତାଙ୍କର ଡ୍ରାଇଭରଙ୍କୁ ହତ୍ୟାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବ୍ୟକ୍ତିଗତ ଭାବେ ଖରାପ ଭାଷା ବ୍ୟବହାର କରିବା ସହ ଦେଶରେ ସମ୍ପ୍ରଦାୟୀକ ବାତାବରଣକୁ ନଷ୍ଟ କରିବା ପାଇଁ ବିଭିନ୍ନ ଉତ୍ତେଜନାମୂଳକ ବକ୍ତବ୍ୟ ମଧ୍ୟ ରଖିଥିଲେ । ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେବାସହ ଏପରି ହୀନ ଉଦ୍ୟମ ଜଣେ କଥାକଥିକ ସାମ୍ବାଦିକ କ୍ଷେତ୍ରରେ ଜମା ଗ୍ରହଣୀୟ ନୁହେଁ । ତେଣୁ ଶ୍ରୀ ଗୋସ୍ୱାମୀ ଉକ୍ତ ହୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗାଳିଦେବାରେ ସୀମିତ ନରହି ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ର ଧର୍ମନିରପେକ୍ଷତାକୁ ମଧ୍ୟ ଗାଳି ଦେଇଛନ୍ତି । ତେଣୁ ତାଙ୍କୁ ତୁରନ୍ତ ଗିରଫକରି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗଞ୍ଜାମ ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାପତି ସ୍ୱରୁପା ତ୍ରିପାଠୀଙ୍କ ନେତୃତ୍ୱରେ କଂଗ୍ରେସ ନେତ୍ରୀମାନେ ବ୍ରହ୍ମପୁର ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଏତଲା ଦିଆଯାଇଛି ।
Related Stories
November 25, 2024