ବ୍ରହ୍ମପୁର: ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ଶନିବାର ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧିନସ୍ଥ ୬ଟି ପଞ୍ଚାୟତରେ ହୋଇଥିବା ସଙ୍ଗରୋଧ ଗୃହ(କ୍ୱରାଣ୍ଟାଇନ୍ ହୋମ୍) ବୁଲି ସ୍ଥିତି ଅନୁଧ୍ୟାନକରି ଫେରିଥିବା ଜଣାପଡିଛି । ବିଭିନ୍ନ ପଞ୍ଚାୟତର ଗ୍ରାମରେ ରହିଥିବା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନରେ ହୋଇଥିବା ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବିଡିଓ କୁମାର ନାଗଭୂଷଣଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ସରପଞ୍ଚ ଓ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ସହ ଆଲୋଚନାକରି ସମୀକ୍ଷା କରିଥିଲେ । ଦାଦନ ଖଟିବାକୁ ଯାଇଥିବା ଲୋକେ ଓ ପ୍ରବାସୀମାନେ ଗ୍ରାମକୁ ଫେରିବାପରେ ଏହି କେନ୍ଦ୍ରରେ କିପରି ସୁବିଧାରେ ରହିପାରିବେ ସେ ସମ୍ପର୍କରେ ପଚାରି ବୁଝିଥିଲେ । ଉପଜିଲ୍ଲାପାଳ ବୁଲିଥିବା ପଞ୍ଚାୟତଗୁଡିକ ହେଲା ଗୋଳନ୍ଥରା, କୁଠାରୀସିଂ, ଗଞ୍ଜୁ, କମଳାପୁର, ଶାସନପଦର, ମାର୍କଣ୍ଡୀ । ଉପଜିଲ୍ଲାପାଳଙ୍କ ଗସ୍ତ ସମୟରେ ବିଡିଓଙ୍କ ସହ ବ୍ଲକ୍ ଟିମ୍, ପିଇଓ, ପଞ୍ଚାୟତର ନୋଡାଲ ଅଫିସ୍ର, ସରପଞ୍ଚ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।
Related Stories
January 31, 2025