ଭୁୁବନେଶ୍ୱର। ରାଜ୍ୟରେ କୋର୍ଟ ଦୈନିକ ଏକ ଘଂଟା ପାଇଁ ଖୋଲିବା  ଆଜି ଠାରୁ ଆରମ୍ଭ ହୋଇଛି ।
ଉଲ୍ଲେଖନୀୟ ଯେ  ହାଇକୋର୍ଟଙ୍କ ପକ୍ଷରୁ ଏ ସମ୍ପର୍କରେ  ନିର୍ଦେଶନାମା ଜାରୀ କରା ଯାଇ  ୨୦ ତାରିଖରୁ ଏକ ଘଂଟା ପାଇଁ କୋର୍ଟ ଖୋଲିବାକୁ କୁହାଯାଇଥିଲା ।  ଏଥିରେ କୁହା ଯାଇଥିଲା   ଯେ ସକାଳୁଆ କୋର୍ଟ ୯ଟାରୁ ୧୦ ଟା ଯାଏ ଚାଲିବ  ଓ   ସକାଳ ସିଟିଂ ହେଉ ନ ଥିବା କୋର୍ଟ ଦିନ ୧୧ଟାରୁ ୧୨ ଟା  ଯାଏ କାର୍ଯ୍ୟ କରିବ ପରବର୍ତୀ ନିର୍ଦେଶ ଯାଏ ଏହା ଲାଗୁ ରହିବ ବୋଲି ଏଥିରେ କୁହା ଯାଇଥିଲା ।
                            
                        
	                    