କନ୍ଧମାଳ- ମିଳିତ ନାଗରିକ କମିଟି ପକ୍ଷରୁ କନ୍ଧମାଳ ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲାର ସମସ୍ତ ବ୍ଳକରେ ଆଜି ଶୋଭାଯାତ୍ରା ବାହାର କରା ଯିବାସହିତ ମାନ୍ୟବର ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବୀ ପ୍ରଦାନ କରାଯାଇଛି । ଫୁଲବାଣୀ ସଦରମହକୁମାରେ ମାଦିକୁନ୍ଦା ଛକ ଠାରୁ ପୂର୍ବାହ୍ନ ୧୧ଟା ସମୟରେ ମିଳିତ ନାଗରିକ କମିଟି ତରଫରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିବା ପରେ ସେଠାରେ କମିଟିର ଆବାହକ ଅଶୋକ ପରିଡାଙ୍କ ଆବାହକତ୍ୱରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । କନ୍ଧମାଳ ଜିଲ୍ଲା ଏକ ଆଦାବାସୀ ପଛୁଆ ଜିଲ୍ଲା ଭାବେ ପରିଚିତ ଥିବା ବେଳେ ଏଠାକାର ସ୍ୱାସ୍ଥ୍ୟ ସେବା ଅତି ବିପର୍ଯ୍ୟସ୍ତ । ସାମାନ୍ୟ ଜ୍ୱର, କାଶ ରୋଗ ପାଇଁ ମଧ୍ୟ ରୋଗୀଙ୍କୁ ୨୦୦ କିମିରୁ ଅଧିକ ଦୁର କଟକ କିମ୍ବା ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଯିବାକୁ ପଡୁଛି । ଦୀର୍ଘ ୧୦ ବର୍ଷରୁ ଉଦ୍ଧ୍ୱର୍ ହେଲା ଜିଲ୍ଲାବାସୀ କନ୍ଧମାଳରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରି ଆସୁଛନ୍ତି । ସମ୍ପ୍ରତି କେନ୍ଦ୍ର ସରକାର ଦେଶରେ ୭୫ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଥିବା ବେଳେ ଓଡିଶା ଭାଗରେ ପଡିବାକୁ ଥିବା ମେଡିକାଲ କଲେଜ ମଧ୍ୟରୁ ଗୋଟିଏ କନ୍ଧମାଳରେ ପ୍ରତିଷ୍ଠା କରିବାକୁ ସଭାରେ ବକ୍ତାମାନେ ଦୃଢ ଦାବି କରିଥିଲେ । ସରକାର କମିଟିର ଦାବିକୁ ଉପେକ୍ଷା କଲେ ଜିଲ୍ଲାବାସୀ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସଭାରେ ଚେତାବନୀ ଦିଆଯାଇଥିଲା । ସଭା ପରେ ବିଭିନ୍ନ ସଂଗଠନର କର୍ମକର୍ତାମାନେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ଭେଟି ରଷ୍ଟ୍ରାପତି ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀ କରି ସ୍ମାରକପତ୍ର ପ୍ରଦାନ କରିଥିଲେ । ଆଜିର ଏହି ଶୋଭାଯାତ୍ରାରେ କମିଟିର ସଭାପତି ଡ. ଅରୁପ ଜେନାଙ୍କ ସମେତ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ନବୀନ କିଶୋର ପଣ୍ଡା,କୁଇସମାଜ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ଲମ୍ବୋଦର କହଁର,କୁଇସମାଜ ସେବା ସମିତିର ସଭାପତି ଗୋବିନ୍ଦ ଘଟାଲ, ସହର ବଣିକ ସଂଘର ସଭାପତି ଅଶୋକ କୁମାର ପଟ୍ଟନାୟକ, ପ୍ରେସ କ୍ଳବ ସଭାପତି ଶିବପ୍ରସାଦ ତ୍ରିପାଠୀ,ବାର ଆସୋସିଏସନ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ,ମିଡିଆ ଫୋରମ ସଭାପତି ଶିବାନନ୍ଦ ପଟ୍ଟନାୟକ,ବରିଷ୍ଠ ନାଗରିକ ପ୍ରଣବ ମଣ୍ଡଳ,ସୂର୍ଯ୍ୟ ମହାପାତ୍ର,ଏଲ.ତ୍ରିନାଥ ପାତ୍ର,ଜିଲ୍ଲା ବିକାଶ ପରିଷଦର ଉମେଶ ପ୍ରସାଦ ପାତ୍ର, ପୀର୍ବତନ ଛାତ୍ର ସଂଘର ସଭାପତି ରାଜା କିଶୋର ବେହେରା, ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରସନ୍ନ କୁମାର ସାହଣି, ପ୍ରଭାକର ପାଳ, ପ୍ରମୋଦ କୁମାର ପଟ୍ଟନାୟକଙ୍କ ସମେତ ବହୁ ସଂଖ୍ୟାରେ ଜିଲା ସିଟିଜେନ ଫୋରମ ଠାରୁ ଆରମ୍ଭ କରି ଜିଲା ବିକାଶ ପରିଷଦ,ବାର୍ ଆସୋସିଏସନ,ପ୍ରେସ୍ କ୍ଳବ,ମିଡିଆ ଫୋରମ,ବରିଷ୍ଠ ନାଗରିକ ସଂଘ,ଅବସରପ୍ରାପ୍ତ କର୍ମଚାରୀ ସଂଘ,କୁଈ ସମାଜ,ପାଣ ସମାଜ,ଅଟୋ ସଂଘ,ବସ ମାଲିକ ସଂଘ,ଟ୍ୟାକ୍ସି ଚାଳକ ସଂଘ,ମିନି ଟ୍ରକ ସଂଘ,କୁଲି ମୁଲିଆ ସଂଘ,ବଣିକ ସଂଘ,କର୍ମଚାରୀ ସଂଗ୍ରାମ ସମିତି,ନେତାଜୀ ଯୁବକ ସଂଘ,ଜିଲା ନାଗରିକ ସଂଘ,ଟ୍ରାକ୍ଟର ଚାଳକ ସଂଘ,ପିଏଜି,ଖଲାସି ସଂଘ,କିନ୍ନର ସଂଘ ଭଳି ଜିଲାର ଅନେକ ଛୋଟ ବଡ ସଂଘର କର୍ମକର୍ତା ମାନେ ଏକାଠି ହୋଇ ଏହି ଆନ୍ଦୋଳନରେ ସାମିଲ ହେବବିଭିନ୍ନ ସଂଗଠନର କର୍ମକର୍ତା, ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗ ଦେଇଥିଲେ । ସେହିପରି ଜିଲାର ବିଭିନ୍ନ ବ୍ଳକ ସ୍ତରରେ ଏହିଭଳି ଶାନ୍ତି ଶୋଭାଯାତ୍ରା ମାନ କରାଯାଇ ସେଠାର ମେଡିକାଲ କଲେଜ ଦାବିରେ ଶୋଭାଯାତ୍ରା କରାଯାଇ ଜିଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବୀରେ ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି । ସରକାର ଏହି ଦାବୀକୁ ଅଣଦେଖାକଲେ ଆଗାମୀ ଦିନରେ ଜିଲାରେ ଆନେ୍ଧାଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମିଳିତ ନାଗରିକ କମିଟିର ଆବାହକ କହିଛନ୍ତି ।
Related Stories
November 25, 2024