
ଭୁବନେଶ୍ୱର – ଶ୍ରୀ ଗୁରୁ ନାନକ ଦେବଙ୍କ ବାଣୀରେ ଭକ୍ତି ଓ ସଂସ୍କାର ନିହିତ । ଗୁରୁ ନାନକଙ୍କ ଓଡ଼ିଶା ଆଗମନ ଓ ଶ୍ରୀଜଗନ୍ନାଥ ଧର୍ମ ସହିତ ତାଙ୍କର ଆତ୍ମୀୟତା ସର୍ବଜନବିଦିତ । ଓଡ଼ିଶାର ସାଂସ୍କୃତିକ ଅଭିବୃଦ୍ଧିରେ ଶିଖ୍ ସମ୍ପ୍ରଦାୟର ଯୋଗଦାନ ସ୍ୱୀକାର୍ଯ୍ୟ ବୋଳି ଏଠାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ସ୍ଥାନୀୟ ରାଜ୍ୟ ଅଭିଲେଖାଗାର ସଭାଗୃହରେ ଅନୁÂିତ ଶ୍ରୀଗୁରୁ ନାନକ ଦେବ ଜୀଙ୍କ ୫୫୦ତମ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମରେ ଅତିଥିମାନେ ନାନକଜୀଙ୍କ ପ୍ରତି ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇବା ସହିତ ଓଡ଼ିଆ ଓ ଶିଖ୍ ସଂସ୍କୃତି ମଧ୍ୟରେ ଥିବା ସମନ୍ୱୟକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଗୁରୁଦ୍ୱାରା ସିଂ ସଭା, ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ସଦସ୍ୟ ସର୍ଦ୍ଧାର ସତପାଲ ସିଂ, ସମ୍ପାଦକ ସର୍ଦ୍ଧାର ୟଶପାଲ୍ ସିଂ ଓ ଓଡ଼ିଶା ଶିଖ୍ ପ୍ରତିନିଧି ପରିଷଦର ସଭାପତି ସର୍ଦ୍ଧାର ମୋହିନ୍ଦର ସିଂ ବିଶେଷ ଅତିଥି ଭାବେ ଯୋଗଦେଇଥିଲେ । ଐତିହାସିକ ତଥା ଗବେଷକ ଅନୀଲ ଧୀର୍ ଓଡ଼ିଶାରେ ଶିଖ୍ ସଂପ୍ରଦାୟର ଇତିହାସ ଉପରେ ଦୃଶ୍ୟଶ୍ରାବ୍ୟ ଉପସ୍ଥପାନ କରିବା ସହିତ ଗୁରୁ ନାନକଙ୍କ ଓଡ଼ିଶା ରହଣି, ଶ୍ରୀଜଗନ୍ନାଥ ଧର୍ମଧାରା ସହିତ ତାଙ୍କର ପରିଚିତି, ଓଡ଼ିଶାରେ ନାନକ ଦେବଙ୍କ ଦ୍ୱାରା ପ୍ରତିÂିତ ବିଭିନ୍ନ ଗୁରୁଦ୍ୱାର ଉପରେ ଆଲୋକପତା କରିଥିଲେ । ସେ କହିଥିଲେ ଯେ ନାନକ ଜୀ କଲିକତାରୁ ପୁରୁଣା ଜଗନ୍ନାଥ ସଡ଼କ ଦେ ପୁରୀ ଆସିଥିଲେ । ଶ୍ରୀଗରୁର ନାନକ ଦେବ ଜୀ ଓ ଓଡ଼ିଶାରେ ଶିଖ୍ ସମ୍ପ୍ରଦାୟ ସମ୍ବନ୍ଧିତ ଏକ ପ୍ରଦର୍ଶନୀ ଏହି ଅବସରରେ ଆୟୋଜିତ ହୋଇଥିଲା ।