କୋଲକାତା – ପଶ୍ଚିମ ବଙ୍ଗର ସାତଟି ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ଗୁରୁତର ସ୍ଥିତି ହେବା ପରେ ଏହାର ଆକଳନ କେନ୍ଦ୍ର ସରକାରଙ୍କ ଦ୍ୱାରା ଆନ୍ତଃ ମନ୍ତ୍ରୀସ୍ତରୀୟ ଟିମ ମୁତୟନ କରା ଯିବା ଉପରେ ମମତା ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଏହା ଉପରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ସହ ଉତର ନ ମିଳିଲେ କେନ୍ଦ୍ରୀୟ ଟିମକୁ ସହଯୋଗ କରିବେ ନାହିଁ ବୋଲି ଟ୍ୱିଟ କରି କହିଛନ୍ତି ।
ଉଲ୍ଲେଖନୀୟ ଯେ ସୋମବାର ଦିନ କେନ୍ଦ୍ର ସରକାର ଆନ୍ତଃ ମନ୍ତ୍ରୀସ୍ତରୀୟ ଟିମ ଗଠନ କରିଛନ୍ତି । ଏହି ଟିମ କରୋନା କାରଣରୁ ରାଜଧାନୀ କୋଲକାତା, ହାଓଡା, ପୂର୍ବ ମେଦିନୀପୁର, ଉତର ୨୪ ପରଗଣା, ଦାର୍ଜିଲିଂ, କଲିମପୋଙ୍ଗ, ଜଲପାଇଗୁଡିର ଖରାପ ସ୍ଥିତିକୁ ନେଇ ଆକଳନ କରିବ ।