ତିରୁବନନ୍ତପୁରମ । କେନ୍ଦ୍ର ସରକାରଙ୍କ ଚେତାବନୀ ପରେ ରାଜ୍ୟ ସରକାର ଲକ ଡାଉନ ବେଳେ ଦିଆ ଯାଇଥିବା କିଛି ରିହାତିକୁ ପୁଣି ଥରେ ପ୍ରତ୍ୟାହାର କରି ନେଇଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ସେଲୁନ ଏବେ ଖୋଲିବ ନାହିଁ । ହୋଟେଲ ମଧ୍ୟ ଖୋଲିବ ନାହିଁ କେବଳ ପାର୍ସଲ ସେବା ହିଁ ଖୋଲା ରହିବ ।
ଉଲ୍ଲେଖନୀୟ ଯେ ଗୃହ ମନ୍ତ୍ରଣାଳୟ କେରଳ ସରକାରଙ୍କୁ ଚେତାବନୀ ଦେଇ ପତ୍ର ଲେଖି କହିଥିଲେ ଯେ ଲକ ଡାଉନ ସମୟରେ ହୋଟେଲ ଓ ସେଲୁନ ଆଦି ଖୋଲିବା ଏହାର ଖୋଲା ଉଲ୍ଲଂଘନ । ଏହି ପତ୍ର ପାଇବା ପରେ କେରଳ ସରକାର ତାଙ୍କର ନିଷ୍ପତି ବଦଳାଇଥିବା ଜଣା ପଡିଛି ।