ବ୍ରହ୍ମପୁର :ଗଞ୍ଜାମ ବ୍ଲକ, ରମ୍ଭା ଥାନା ଅଧିନସ୍ଥ ସାନ ରାମଚନ୍ଦ୍ର ପୁର ପଞ୍ଚାୟତର ଡିଆଁଡେଇଁ ଗ୍ରାମର ଶ୍ରମଜୀବୀ ମାନଙ୍କୁ ନେଇ ଯାଉଥିବା ଏକ ପିକଅପ ଭ୍ୟାନ ଦୃଘଟଣା ଗ୍ରସ୍ଥ ହୋଇ ତିନିଜଣଙ୍କ ମୃତ୍ୟ ଘଟିଥିବା ବେଳେ ଅନେକ ଗୁରୁତର ଓ ଆହତ ହୋଇଥିବା ଜଣାପଡିଛି।
ପ୍ରାପ୍ତ ସୂଚନାନୁଯାୟୀ ରବିବାର ରାତ୍ର ଦୁଇଟା ସମୟରେ ଓ ଡି 07 ଜେ 4841 ନମ୍ବର ବିଶିଷ୍ଟ ଏକ ପିକଅପ ଭାବନ୍ଧ ପଥର କ୍ୟୁଆରୀ ରେ କାମ କରିବାକୁ ଶ୍ରମଜୀବୀ ମାନେ ଯାଉଥିବା ବେଳେ ରମ୍ଭା – ଖଣ୍ଡଦେଉଳି ରାସ୍ତା ର ଖଣ୍ଡଦେଉଳି ନିକଟସ୍ଥ ରାଜ ଘାଇ ଠାରେ ଭ୍ୟାନ ଟି ରାତ୍ର 3 ଟା ସମୟରେ ଓଲଟି ପଡିଥିଲା।
ଘଟଣାସ୍ଥଳରେ ଡିଆଁଡେ଼ଇଁ ଗ୍ରାମର ଶରତ ନାହାକ(42),ସୁପ୍ରଶନ ନାହାକ(38),ବି. ଟି ନୁଆଁଗାଁର କବିରାଜ ନାହାକ(25) ତିନି ଜଣଙ୍କ ମୃତ୍ୟୁ ଘଟିଥିଲା।ପ୍ରଶାନ୍ତ ନାହାକ ଓ ରୋହିତ ନାହାକ ଦୁହେଁ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲ ଚିକିତ୍ସିତ ହେଉଥିବା ବେଳେ ପ୍ରଶାନ୍ତ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ରେଫର କରାଯାଇଥିଲା।
ବ୍ରହ୍ମପୁର ବଡ଼ ମେଡିକାଲ ରେ ଗୁରୁତର ଓ ଆହତ ଶ୍ରମିକ ମାନେ ହେଲେ ଡିଆଁ ଡେଇଁ ଗ୍ରାମର ଅଜ୍ଞାତ ନାହାକ,ବାଦଲ ନାହାକ,ଶ୍ରୀ କୃଷ୍ଣ ନାହାକ,ପ୍ରବୀଣ ନାହାକ ,ଭିକା ନାହାକ, ଦେବସ ନାହାକ, ବାଦଲ ନାହାକ,ପ୍ରଭାତ ନାହାକ,ଅମରେଶ ନାହାକ,ସିଦ୍ଧାର୍ଥ ନାହାକ,ଚଣ୍ଡିଆ ନାହାକ,ପ୍ରକାଶ ପ୍ରଧାନ ଓ ବି ଟି ନୁଆଁ ଗାଁ ର ରତ୍ନାକର ନାହାକ ପ୍ରମୁଖ ଆହତ ହୋଇ ବ୍ରହ୍ମପୁର
ବଡ଼ ମେଡିକାଲ ରେ ଚିକିଶ୍ଚିତ ହେଉଥିବା ଜଣା ପଡ଼ିଛି।ଦୃଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି।
ଘଟଣା ସ୍ଥଳରେ ଏସ ଡି ପି ଓ ଗୌତମ କିଷାନ ଓ ରମ୍ଭା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ ଦୃଘଟଣା ସ୍ଥଳରେପହଞ୍ଚି ମୃତକ ଙ୍କ ଶବ ବ୍ୟବଛେଦକରିବା ପାଇଁ ପଠାଇବା ସହ ଅନୁଧ୍ୟାନ କରି ତଦନ୍ତ କରୁଥିବା ଜଣା ପଡ଼ିଛି।ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।