ଜୟପାଟଣା- ଓଡ଼ିଶା ଜୀବିକା ମିଶନ ଓ ଜୟପାଟଣା ଷ୍ଟେଟ୍ ବ୍ୟାଙ୍କ ଏଡ଼ିବିର ମିଳିତ ଉଦ୍ୟମରେ ଜୟପାଟଣା ଗ୍ରାମପଞ୍ଚାୟତ ପରିସର ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଏକ ବୃହତ ସମନ୍ୱୟ ମେଳା ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ବିଜୟ କୁମାର କୁଜୁର ଜେନେରାଲ ମ୍ୟାନେଜର ଏସ୍.ବି.ଆଇ. ଭୂବନେଶ୍ୱର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ରିଜିଓନାଲ ମ୍ୟାନେଜର ରବୀନ୍ଦ୍ର କୁମାର ସେନାପତି, ସି.ଏମ୍. କ୍ରେଡ଼ିଟ୍ ମନୋଜ କୁମାର ସାହୁ, ସି.ଏମ୍. ଏସ୍.ବି.ଆଇ. ଜୟପାଟଣା ଶାଖା, ଦେବେନ୍ଦ୍ର କୁମାର ବାଉରି, ବି.ପି.ଏମ୍, ଓ.ଏଲ୍.ଏମ୍. ପ୍ରଶାନ୍ତ କୁମାର ମିଶ୍ର, ଏ.ପି.ଡ଼ି. କ୍ରେଡ଼ିଟ୍ ବିମ୍ବାଧର ସାହୁ, ଏଲ୍.ଡ଼ି.ଏନ୍. ବିଜୟ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଜୟପାଟଣା ବିଡ଼ିଓ ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତରାୟ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ବେଳେ ବି.ପି.ଏମ୍. ସୁଧାଂଶୁ ଶେଖର ବିଶ୍ୱାଲ, ଏଫ.ଆଇ.ସି. ସତ୍ୟ ନରାୟଣ ମିଶ୍ର ଓ ପ୍ରେମ ସାମୁଏଲ୍. ଡ଼ାଙ୍ଗ୍ ବି.ଏମ୍. ବଚାର ଶାଖା ମଞ୍ଚ ପରିଚାଳନା କରିଥିଲେ । ମୋଟ ୧୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକ କୋଟି ପଚାଶ ଲକ୍ଷ ଟଙ୍କାର ଋଣ ପ୍ରଦାନ ଆର୍ଥିକ ବିକାଶ ପାଇଁ ଋଣ ପ୍ରଦାନ କରାଯାଇଥିଲା । ପୁରୁଣା ଗୃପରୁ ଏକ ଲକ୍ଷ ପଚାଶ ହଜାର ଟଙ୍କା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ କିସ୍ତି ଜମା କରିଥିଲେ ।
ଓଡ଼ିଶା ଜୀବିକା ମିଶନ୍ ଜୟପାଟଣା ମଳୟ ଦଳପତି, ଦୀପକ ମାଝୀ, ଏସ୍.ବି.ଆଇ ଜୟପାଟଣା କର୍ମକର୍ତ୍ତା ଅଜୟ କୁମାର ଦଲେଇ, କୈଳାସ ଚନ୍ଦ୍ର ମାଝୀ, ସୁନୀଲ କୁମାର ସାହୁ ଓ ଜୀବିକା ମିଶନ୍ ର ଏମ୍.ବି.କେ. ଓ ସି.ଆର୍.ପି.ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।