
ବାଲେଶ୍ବର : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ସହଦେବଖୁଣ୍ଟାର ଚାନ୍ଦମାରିପଡ଼ିଆ ସ୍ଥିତ ‘ଅମୃତଧାରା’ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘ ତରଫରୁ ସାଂପ୍ରତିକ ଲକ୍ ଡାଉନ୍ ସମୟରେ ଦୈନନ୍ଦିନ ଖାଦ୍ୟବାବଦକୁ ପନ୍ଦର ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ବୁଧବାର ଦିନ ପୂର୍ବାହ୍ନରେ ସଂଘର ବାଲେଶ୍ବର ଜିଲ୍ଲା ଶାଖା ତରଫରୁ ସଭାପତି ଉମାକାନ୍ତ ପରିଡ଼ା, ଉପସଭାପତି ଦିଲ୍ଲୀପ ଦାସ, ସଂପାଦକ କମଳାକାନ୍ତ ବେହେରାଙ୍କ ସମେତ ରବୀନ୍ଦ୍ର ପରିଡ଼ା, ମଧୁସୂଦନ ବେହେରା, ଆଇନଜୀବୀ ମନୋଜ ନାୟକ, ସ୍ଥାନୀୟ ଅଧିବାସୀ ଗୌରାଙ୍ଗ ପାଣିଗ୍ରାହୀ ଓ ଗୋପାଳଚନ୍ଦ୍ର ନାୟକ ପ୍ରମୁଖ ବୃଦ୍ଧାଶ୍ରମରେ ପହଞ୍ଚି ଅନ୍ତେବାସୀମାନଙ୍କୁ ସାକ୍ଷାତ ଆଲୋଚନା କରିଥିଲେ। ବୃଦ୍ଧାଶ୍ରମର ପରିଚାଳକ ଅଶୋକ କୁମାର ପୁରୀ, ସରୋଜ ମହାପାତ୍ର, ବଳରାମ ସେଠୀ ଓ ସୁଧାଂଶୁ ବିହାରୀ ସଂଘର କର୍ମକର୍ତ୍ତାମାନଙ୍କ ଠାରୁ ସହାୟତା ରାଶି ଗ୍ରହଣ କରି ସେମାନଙ୍କ ବଦାନ୍ୟତା ପାଇଁ କୃତଜ୍ଞତା ଜଣାଇଥିଲେ। ସଂପୂର୍ଣ୍ଣ ବେସରକାରୀ ଭାବେ ବଦାନ୍ୟବ୍ୟକ୍ତିମାନଙ୍କ ଦାନରୁ ଏହି ଦୁଃସ୍ଥ ଓ ଜରାପୀଡ଼ିତ ପ୍ରାୟ ୨୦ଜଣ ନିରାଶ୍ରୟ ପୁରୁଷ ଓ ମହିଳାଙ୍କୁ ଏହି ଆଶ୍ରମରେ ଖାଦ୍ୟ ଓ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଆଶ୍ରମର କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO