ବାଲେଶ୍ଵର: (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ଭୂତାଣୁକୁ ନେଇ ଆତଙ୍କିତ ଥିବା ବେଳେ ଓଡ଼ିଶାରେ ଏହାର ମୁକାବିଲା କରିବା ପାଇଁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ର ସମାଜକୁ ଆଗେଇ ଆସିବା ପାଇଁ ଦେଇଛନ୍ତି ବଡ ଆହ୍ୱାନ। ଦଳର ସୁପ୍ରିମୋଙ୍କ ଏହି ଆହ୍ଵାନ କ୍ରମରେ ଆଜି ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ ପାଇଁ।
ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ଜିଲ୍ଲା ଛାତ୍ର ସଭାପତି ସୀମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ବିଗତ ଦିନ ମାନଙ୍କରେ ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀର ସଭାପତିମାନଙ୍କ ଦ୍ୱାରା ରନ୍ଧାଖାଦ୍ୟ ସମେତ ଶୁଖିଲା ଖାଦ୍ୟ ଓ ମାସ୍କ ଆଦି ବଣ୍ଟନ କରା ଯାଇଥିଲା। ଆଜି ସ୍ଥାନୀୟ ବର୍ଦ୍ଧନପୁର ଠାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ୫୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମହାସଚିବ କୁଶଲ ଚାଟାର୍ଜୀ, ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନ, ସଦର ସଭାପତି ଭବାନୀ ପଣ୍ଡା, ସାଧାରଣ ସମ୍ପାଦକ କିରଣ ନାଥ, ଉପସଭାପତି ବିଜୟ ଜେନା, ସାଧାରଣ ସମ୍ପାଦକ ସଂଜୀବ ବିଶ୍ୱାଳ, ରେମୁଣା ଛାତ୍ର କାର୍ଯ୍ୟକାରୀ ସଭାପତି ଚନ୍ଦନ ମଲ୍ଲିକ, ଯୁବ ବାହିନୀ ସଭାପତି ଚନ୍ଦନ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ। ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସବୁ ଅସହାୟ ଓ ଦୁସ୍ଥ ଲୋକଙ୍କୁ ସାହାଯ୍ୟ କରାଯିବ ବୋଲି ସଭାପତି ଶ୍ରୀ ଦାସମହାପାତ୍ର ଗଣମାଧ୍ୟମକୁ କହିଛନ୍ତି।