● ବାଲେଶ୍ଵର ରୋଟାରୀ କ୍ଲବ୍ ଓ ହଳଦୀପଦାର ଫ୍ରେଣ୍ଡସ୍ କ୍ଲବ୍ ପକ୍ଷରୁ ହେଲା ଆୟୋଜିତ
● ସମ୍ବାଦ ଆମ ଓଡିଶା କଲା ସହଯୋଗ
● ସଂଗୃହୀତ ହେଲା ମୋଟ୍ ୫୫ ୟୁନିଟ ରକ୍ତ
ବାଲେଶ୍ଵର: (କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ) ବାଲେଶ୍ୱର ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ବାଲେଶ୍ୱରର ପ୍ରମୁଖ ଦୁଇଟି ସଂସ୍ଥା ରୋଟାରି କ୍ଳବ୍ ବାଲେଶ୍ୱର ସେଣ୍ଟ୍ରାଲ୍ ଏବଂ ହଳଦୀପଦା ଫ୍ରେଣ୍ଡସ୍ କ୍ଳବ୍ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବାଲେଶ୍ଵର ଜିଲ୍ଲା ରକ୍ତ ଭଣ୍ଡାର ପରିସରେ ଅନୁଷ୍ଠିତ ହୋଇଛି।
‘ସମ୍ବାଦ ଆମ ଓଡ଼ିଶା’ ସହଯୋଗରେ ଆୟୋଜିତ ଏହି ଶିବିରକୁ ବ୍ଲଡ଼ ବ୍ୟାଙ୍କ୍ ଅଧିକାରୀ ଡାକ୍ତର ମହେଶ କୁମାର ବିଶ୍ବାଳ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ରୋଟାରି କ୍ଳବ୍ ବାଲେଶ୍ୱର ସେଣ୍ଟ୍ରାଲର ସଭାପତି ଲକ୍ଷ୍ମୀକାନ୍ତ ସ୍ୱାଇଁ, ସମ୍ପାଦକ ସତ୍ୟମ କୁମାର ମିଶ୍ର, ହଳଦୀପଦା ଫ୍ରେଣ୍ଡସ କ୍ଳବ ସଭାପତି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ସମ୍ପାଦକ କରୁଣାକର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
ରୋଟାରି କ୍ଳବ୍ ପକ୍ଷରୁ ଗୌରହରି ମଲ୍ଲିକ ଓ ଫ୍ରେଣ୍ଡସ କ୍ଳବର ବିନୋଦ ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏ ଶିବିରରୁ ମୋଟ ୫୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ପ୍ରଥମେ ରକ୍ତଦାତା ମାନେ ହାତ ଧୋଇ ସାମାଜିକ ଦୂରତା ରକ୍ଷା କରି ରକ୍ତଦାନ କରିଥିଲେ। କ୍ଲବ ପକ୍ଷରୁ ଶ୍ରୀ ସ୍ଵାଇଁ ସମସ୍ତ ରକ୍ତଦାତାଙ୍କୁ ଗୋଟିଏ ଲେଖାଏଁ ମାସ୍କ୍ ପ୍ରଦାନ କରିଥିଲେ। ରକ୍ତ ଅଭାବ ଲକ୍ଷ୍ୟ କରି ଏହି ମହା ବିପତ୍ତି ସମୟରେ ରୋଟାରି କ୍ଳବ୍ ବାଲେଶ୍ୱର ସେଣ୍ଟ୍ରାଲ ଓ ହଳଦୀପଦା ଫ୍ରେଣ୍ଡସ କ୍ଳବର ଏଭଳି ମହତ କାମକୁ ଅତିଥିମାନେ ପ୍ରଶଂସା କରିଥିଲେ।
ରୋଟାରି କ୍ଳବ ବାଲେଶ୍ୱର ସେଣ୍ଟ୍ରାଲ ନିରଞ୍ଜନ ମହାନ୍ତି, ନିର୍ମଳ ମୁଖାର୍ଜୀ, ଜୟନ୍ତ ରଣା, ଜୟନ୍ତ ତ୍ରିପାଠୀ, ମନୋରଞ୍ଜନ ରାଉତ, ରୋଟାରାକ୍ଟ କ୍ଳବ ସଦସ୍ୟ ବିଜେତା ରଣା, ସୋମନାଥ କର, ମନୋଜ ଜେନା, ହଳଦୀପଦା ଫ୍ରେଣ୍ଡସ କ୍ଳବର ସଦସ୍ୟ ବିନୋଦ ସାହୁ, ରବୀନ୍ଦ୍ର ସାହୁ, ବିଜୟ ନାୟକ, ‘ଆମ ଓଡ଼ିଶା’ର ସହଯୋଗୀ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିଲେ। ଡାକ୍ତର ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଷ୍ଟାଫ୍ ନର୍ସ ସ୍ୱାତୀ ସୁଚରିତା ରାଜ, ଟେକ୍ନିସିଆନ୍ ବିଜୟ କୁମାର ପଟ୍ଟନାୟକ, ଜଗନ୍ନାଥ ପଣ୍ଡା, ଜ୍ୟୋତିଷ ପ୍ରଧାନ, ସାୟାଦ ଦିଲଦାର, ସହଯୋଗୀ ପଦ୍ମଲୋଚନ ମହାନ୍ତି ରକ୍ତ ସଂଗ୍ରହ କରିଥିଲେ। ବସନ୍ତ କୁମାର ମାନୀକ, ମଧୁସ୍ମିତା ନାୟକ, ମନୋଜ କୁମାର ସେଠୀ, ଦେବବ୍ରତ ଦାସ, ରାଜେଶ କୁମାର ବାରିକ, ସରୋଜ ଅଧିକାରୀ, ବିଜୟ କୁମାର ରାଉତ, ଶଶୀକାନ୍ତ ସାହୁ, ଆଶିଷ କୁମାର ଗିରି, କାହ୍ନୁ ଚରଣ ନାୟକ, ନଳିନୀ ମହାନ୍ତି, ନିହାର ରଞ୍ଜନ ଦାସ, ଗଣେଶ ବେହେରା, ଉପେନ୍ଦ୍ର କୁମାର ମାଝୀ, ଗୌତମ ବେହେରା, ନୀଳାମ୍ବର ଭକ୍ତା, ଟୁନା ବେହେରା, ରାଜେଶ କୁମାର ଜେନା,ସନ୍ତୋଷ ସାହୁ, ଅଜିତ କୁମାର ଜେନା,ସେକ ରାଜା, ଅରୁଣାଂଶୁ ପାଣିଗ୍ରାହୀ, ତପନ ବେହେରା, ରିମା ମୁଖାର୍ଜୀ, ଜିତେନ୍ଦ୍ର ବେହେରା, ଉମାକାନ୍ତ ସାହୁ, ରାଜେନ୍ଦ୍ର ବେହେରା, ବେଣୁଧର ବେହେରା, ମନୋଜ ଲେଙ୍କା, ରଞ୍ଜନ ପରିଡା, ସତ୍ୟବ୍ରତ ନାୟକ, ପ୍ରହ୍ଲାଦ ନାୟକ, ନରେନ୍ଦ୍ର ବେହେରା, ସାଗର କୁମାର ସାହୁ, ଦେବାଶିଷ ସାହୁ, ବିନୋଦ ସାହୁ, କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ଶଙ୍କର ଜେନା, ନାରାୟଣ ଚନ୍ଦ୍ର ସାହୁ, ଅଭୟ କୁମାର ବାରିକ, କାର୍ତ୍ତିକ ଚନ୍ଦ୍ର ଜେନା, ଭବାନୀ ଶଙ୍କର ଆଢ୍ୟ, ରିପନ କୁମାର ପ୍ରଧାନ, ହେମନ୍ତ ଜେନା, ତାପସ ରାଉତ, ବିଶ୍ୱଜିତ ପରିଡା, କାର୍ତ୍ତିକ ଚନ୍ଦ୍ର ପ୍ରଧାନ, ଦୃଷ୍ଟି ଦେବା ସାହୁ, ଅଞ୍ଜନ କୁମାର ଚାନ୍ଦ, ମନୋରଞ୍ଜନ ରାଉତ, ରବୀନ୍ଦ୍ର କୁମାର ସାହୁ, କମଳିନୀ ବାରିକ, ତନ୍ମୟ ସାହୁ ସହଯୋଗ କରିଥିଲେ।