ଭୁବନେଶ୍ୱର – ନନ୍ଦନକାନନରେ ଥିବା ଆଉ ୪ଟି ହାତୀଙ୍କର ସୁରକ୍ଷା ନେଇ ଆଲୋଚନା ଚାଲିଛି । ହରପିସ୍ ଭୂତାଣୁ ସଂକ୍ରମଣର କୌଣସି ଚିକିତ୍ସା ପଦ୍ଧତି ଏ ପର୍ଯ୍ୟନ୍ତ ବାହାରି ନାହିଁ । ହାତୀ ମାନଙ୍କ ଠାରୁ ପ୍ରତିଦିନ ରକ୍ତ ନମୂନା ସଂଗ୍ରହ କରାଯାଇ ଓୟୁଏଟିକୁ ପଠାଯାଉଛି । ଏପରିକି ଆମେରିକାନ ସଂସ୍ଥାକୁ ମଧ୍ୟ ସେମାନଙ୍କ ରକ୍ତ ନମୂନା ପଠାଯାଉଛି । ହରପିସ୍ ସାଧାରଣ ହାତୀଙ୍କ ଉପରେ ପ୍ରଭାବ ପକାଇଥାଏ । ବଂଚିଥିବା ହାତୀ ମାନଙ୍କ ଉପରେ ନଜର ରଖାଯାଇଛି । ଆସାମ ଓ କେରଳର ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରାଯାଉଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।
Related Stories
November 25, 2024