ଭୁୁବନେଶ୍ୱର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ନ ଥିବା ଗରୀବ ଓ ନିସ୍ୱ ପରିବାରଙ୍କୁ ରାଜ୍ୟ ସରକାର ମାଗଣାରେ ଚାଉଳ ଓ ଡାଲି ଯୋଗାଇ ଦିଅନ୍ତୁ । ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଏହି ଅନୁରୋଧ କରିଛନ୍ତି ।
ସେ ଏହି ପତ୍ରରେ କହିଛନ୍ତି ଯେ ଲକ ଡାଉନ କାରଣରୁ ଅନେକ ଗରୀବ ଲୋକ ମାନେ ହଇରାଣ ହେଉଛନ୍ତି । ରାଜ୍ୟରେ ଏପରି କିଛି ପରିବାର ଅଛନ୍ତି ଯେଉଁ ମାନେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ନାହାନ୍ତି ।
ସେ ଏହି ପତ୍ରରେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଓ ଜିଲ୍ଲା ଖଣିଜ ପାଣ୍ଠିକୁ କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ନିୟମ କୋହଳ କରିଛନ୍ତି । ଏହାର ବ୍ୟବହାର କରି ରାସନ କାର୍ଡ ପାଇ ନ ଥିବା ଲୋକ ମାନଙ୍କୁ ଚାଉଳ ଓ ଡାଲି ଯୋଗାଇ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପତ୍ର ଜରିଆରେ ଅନୁରୋଧ କରିଛନ୍ତି ।