ବେଲଗୁଣ୍ଠା-ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟ ବରପୁର ଲୁଣିପଡା ଗଡାଣିଠାରେ ଏକ ଅଣ୍ଡା ବୋଝେଇ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।ଫଳରେ ଗାଡ଼ିରେ ଥିବା ଲକ୍ଷାଧିକ ଟଙ୍କାର ଅଣ୍ଡା ରାସ୍ତା ଉପରେ ପଡି ନଷ୍ଟ ହୋଇଯାଇଥିଲା ।ଗାଡିଟି ଆସ୍କା ରୁ ଅଣ୍ଡା ବୋଝେଇ କରି ବାଲିଗୁଡା ଅଭିମୁଖେ ଯାଉଥିବା ବେଳେ ଦିନ ୨ଘଣ୍ଟା ସମୟରେ ଓଲଟି ପଡିଥିଲା ।ଫଳରେ ଗାଡିର ହେଲପର ଶଙ୍କର ପରିଡା ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ଡ୍ରାଇଭର ରାଜେନ୍ଦ୍ର ନାଥ ଖଟେଇକୁ ଅଟକ ରଖିଛନ୍ତି ।
Related Stories
May 16, 2024