
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ -ଲକ ଡାଉନ ପାଇଁ ଭଞ୍ଜନଗର ସହରରେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଉପଖଣ୍ଡ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।ହେଲେ କିଛି ବ୍ୟବସାୟୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଦୋକାନ ଖୋଲୁଥିବା ଦେଖି ଆଜି ମେନ ରୋଡ଼ ରେ ଜଣେ ଅଣ୍ଡା ହୋଲସେଲ ବ୍ୟବସାୟୀଙ୍କ ଦୋକାନ ଉପରେ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି।