
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– କୋଭିଡ-୧୯ ଯୋଗୁଁ ପ୍ରଶାସନ ତରଫରୁ ଲକ ଡାଉନ ଘୋଷଣା କରାଯାଇଛି।ଯାହାଫଳରେ ଭଞ୍ଜନଗର ସହରରେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ପରିବା ଦୋକାନ ଖୋଲା ରଖିବାକୁ ଅନୁମତି ଦିଆଯାଇଛି।ହେଲେ କେବଳ ଔଷଧ ଦୋକାନ ଉପରେ କଟକଣା ନଥିବା ବେଳେ ଏହାର ଫାଇଦା ଉଠାଇବାକୁ ଯାଇ ପୁରୁଣା ବଜାର ସାହିର ଏକ ଔଷଧ ଦୋକାନରେ ମୃଦୁ ପାନୀୟ ବିକ୍ରି ହେଉଥିବା ଜାଣି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସେଠାରେ ଚଢ଼ାଉ କରି ୫ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।