ଧର୍ମଶାଳା – ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାଠାରେ ଭଗବତୀ ମୋଟର୍ସ ଓ ମେସୀ ଫର୍ଗସନ କମ୍ପାନୀ ପକ୍ଷରୁ ଏକ କୃଷି ପ୍ରଦର୍ଶନୀ ସମାରୋହ, ଶକ୍ତି ସରକ୍ଷଣ ସମ୍ମିଳନୀ କର୍ମଶାଳା ଓ ଟ୍ରାକ୍ଟର କୌତୁକ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଭଗବତୀ ମୋଟର୍ସର ପ୍ରଦିପ୍ତ ପ୍ରଧାନଙ୍କ ସଭାପତିତ୍ୱରେ ଅତିଥିଭାବେ ବ୍ରହ୍ମବରଦା ପଂଚାୟତର ପୂର୍ବତନ ସରପଂଚ ତଥା ସାମାଜିକ କର୍ମୀ ବିପିନ ବିହାରୀ ଦେଓ ଓ ସମ୍ମାନୀତ ଅତିଥିଭାବେ ଅମୂଲ୍ୟ ରାଉତ ପ୍ରମୁଖ ଯୋଗ ଦେଇ ଆଧୁନିକ ପ୍ରଣାଳୀରେ ଚାଷ କାର୍ଯ୍ୟ ସମ୍ପର୍କରେ ଶତାଧିକ ଅଗ୍ରଣୀ ଚାଷୀଭାଇମାନଙ୍କୁ ବୁଝାଇଥିଲେ । ଟଫି ଇନଚାର୍ଜ ମନୋଜ କୁମାର ରାୟ,ଗୁଡଲା ଶ୍ରୀକାର,ଅର୍ପଣ ବିଶ୍ୱାଳ,ପି ମହାରଣା ଓ ଅନାମ ଚରଣ ମହାନ୍ତି ପ୍ରମୁଖ ଯୋଗ ଦେଇ ଟ୍ରାକ୍ଟର ମାଧ୍ୟମରେ କୃଷି କାର୍ଯ୍ୟରେ କୃଷକଙ୍କର ଉନ୍ନତି,ଟ୍ରାକ୍ଟରର ବିଶେଷତ୍ୱ ଓ ବୈଶିଷ୍ଟ୍ୟ,ତୈଳ ସଂରକ୍ଷଣ,ଧାଡି ରୁଆ ମାଧ୍ୟମରେ ଧାନ ଚାଷ ଏବଂ ଶକ୍ତି ସଂରକ୍ଷଣ ସମ୍ପର୍କରେ ଚାଷୀଭାଇମାନଙ୍କୁ ଅବଗତ କରାଇଥିଲେ । ପରେ ମେସି ଟ୍ରାକ୍ଟରର କୌତୁକ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଦର୍ଶନକୁ ଦେଖିବା ପାଇଁ ଦେଖଣାହାରୀଙ୍କ ମନକୁ ବେଶ୍ ଆନନ୍ଦ ଦେଇଥିଲା । ଅନେକ ଚାଷୀ ସେମାନଙ୍କ ଚାଷ ପ୍ରଣାଳୀ ସମ୍ପର୍କରେ କମ୍ପାନୀ କର୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବ୍ରହ୍ମବରଦା ଅଂଚଳର ରାଜେଶ ଦେଓ,ବିଚିତ୍ର ରାଉତ ସହଯୋଗ କରିଥିବା ବେଳେ ଏହି କର୍ମଶାଳାରେ ସ୍ଥାନୀୟ ୪ ଗୋଟି ପଂଚାୟତର ଶତାଧିକ ଅଗ୍ରଣୀ ଚାଷୀଭାଇ ଯୋଗ ଦେଇଥିଲେ ।
Related Stories
November 25, 2024