କେନ୍ଦ୍ରାପଡ଼ା – ସମଗ୍ର ରାଜ୍ୟରେ ୪ ଚକିଆ ଓ ୨ ଚକିଆ ଯାନ ପାଇଁ ଲାଇସେନ୍ସ ଏବଂ କାଗଜପତ୍ର ଧରପଗଡ ଜୋର ସୋର ଚାଲିଥିଲାବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ଜନସାଧାରଣଙ୍କ ସୁବିଧା ପାଇଁ ୩ମାସ ସମୟ ସୀମା ବଢାଇଛନ୍ତି । ଏହି ୩ମାସ ମଧ୍ୟରେ ଜନସାଧାରଣ ନିଜ ନିଜ ଗାଡି ଗୁଡିକର କାଗଜପତ୍ର ନୂତନ ଲାଇସେନ୍ସ ଏବଂ ଲାଇସେନ୍ସ ନବୀକରଣ କରିପାରିବେ ବୋଲି ସମୟ ଦିଆଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଚାନକ କେନ୍ଦ୍ରାପଡା ପରିବହନ କାର୍ଯ୍ୟାଳୟ ପରିଦର୍ଶନ ପରେ ଲୋକଙ୍କ ଭିଡକୁ ଦେଖି ସାଧାରଣ ଲୋକଙ୍କୁ ଦଲାଲ୍ କବଳରୁ ମୁକ୍ତ କରିବା ପାଇଁ ପରିବହନ କାର୍ଯ୍ୟାଳୟରେ ଲାଇସେନ୍ସ ନବୀକରଣ ଓ ଆବେଦନ କରିବା ପାଇଁ ୫ଗୋଟି ନୂଆ କାଉଂଟର ଖୋଲାଯାଇଛି । ଏଥିସହିତ ପୂର୍ବରୁ ଗୋଟିଏ ଦିନରେ ୬୦ ଜଣ ଡ୍ରାଇଭିଂ ଟେଷ୍ଟର ସୁବିଧାଥିବାବେଳେ ଏହାକୁ ବଢାଇ ୧୯୦ ଜଣ ଡ୍ରାଇଭିଂ ଟେଷ୍ଟ ଗୋଟିଏ ଦିନରେ ଦେଇପାରିବାର ବ୍ୟବସ୍ଥା କରାଯାଇଛି । ଫଟୋ ଉଠାଇବା ପାଇଁ ଗୋଟିଏ କାଉଂଟର ଥିଲା ଏହାକୁ ବର୍ତମାନ ୨ଟା କରାଯାଇଛି । ଏହାଦ୍ୱାରା ସାଧାରଣ ଲୋକ ନିଜ ଗାଡିର କାଗଜପତ୍ର ଓ ଲାଇସେନ୍ସ ସୁବିଧାରେ ପାଇପରିବେ ବୋଲି ଜିଲ୍ଲା ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ ସୂଚନା ଦେଇଛନ୍ତି ।
Related Stories
December 2, 2024