ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ ପଞ୍ଚାୟତର ଦୁର୍ଗମ ପାହାଡିଆ ଆଦିବାସୀ ଅଧ୍ୟୁଷିତ ଗ୍ରାମ ସରକଟ ଅଞ୍ଚଳରୁ ବହୁ ପରିମାଣର ପୋଚ ଓ ଗୁଡ଼ ମିଶ୍ରିତ ନକଲି ଦେଶୀ ମଦ ପ୍ରସ୍ତୁତି କାରଖାନା ଉପରେ ଚଢାଉ କରାଯାଇଛି । କୌଣସି ସୂତ୍ରରୁ ଖବର ପାଇ କୁକୁଡାଖଣ୍ଡି ତହସିଲଦାର ଡା. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଅବକାରୀ ବିଭାଗ ଓ ଦିଗପହଣ୍ଡି ପୋଲିସକୁ ନେଇ ଚାଲି ଚାଲି ଉକ୍ତ ପାହାଡ଼ ଉପରେ ପହଞ୍ôଚଥିଲେ । ଅବକାରୀ ବିଭାଗର ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ଦେଖି ମଦ ପ୍ରସ୍ତୁତ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଘଟଣାସ୍ଥଳରୁ ଦୌଡି ଜଙ୍ଗଲ ଭିତରକୁ ପଳାଇଥିଲେ । ତେବେ ଘଟଣାସ୍ଥଳରୁ ୪୮୦୦ଲିଟର ପୋଚ ସାଙ୍ଗକୁ ୪୦୦ ଲିଟର ଗୁଡ଼ ମିଶ୍ରିତ ନକଲି ଦେଶୀ ମଦ ଜବତ କରାଯାଇଥିଲା । ଏଥି ସହିତ ମଦ ତିଆରି ସାମଗ୍ରୀ ମଧ୍ୟରୁ ଶହେରୁ ଅଧିକ ବଡ଼ ଓ ସାନ ପ୍ଲାଷ୍ଟିକ ବ୍ୟାରେଲ, ରସ ହାଣ୍ଡି ଓ ପୋଚ ଜବତ କରାଯିବା ସହ ନିର୍ମାଣଧିନ ଚୁଲିକୁ ଭଙ୍ଗାଯାଇଥିଲା । ମିଳିଥିବା ସୂଚନା ମୁତାବକ ପ୍ରତିଦିନ ହଜାର ହଜାର ଲିଟର ଦେଶୀମଦ ଚିକିଟି ବ୍ଲକ ଦେଇ ଦୀର୍ଘବର୍ଷ ଧରି ପଡୋଷୀ ରାଜ୍ୟ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିଲା । ଅସାଧୁ ବ୍ୟବସାୟୀ ମାନେ ଏହି ବ୍ୟବସାୟ ଚଳାଉଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ବାରଣକଲେ ତାଙ୍କୁ ଭୟଭୀତ କରାଇ ଦୀର୍ଘଦିନଧରି ଏହି ଚୋରା ମଦ କାରଖାନା ଚଲାଉଥିଲେ ବୋଲି ଜଣାପଡିଛି । ସୂଚନାଥାଉକି, ଉକ୍ତ ଅଞ୍ଚଳ ଦୁର୍ଗମ ହୋଇଥିବାରୁ ଖବର ପାଇଲେ ସୁଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢାଉ ହେଉନଥିଲା । ତେବେ ମହିଳା ତହସିଲଦାରଙ୍କ ସତ୍ସାହାସ ଯୋଗୁ ଅଞ୍ଚଳରେ ଚାଲିଥିବା ବହୁଦିନର ଚୋରା ମଦ କାରଖାନା ଠାବ ହୋଇପାରିଲା ବୋଲି ଅଞ୍ଚଳବାସୀମାନେ କହିବା ସହ ତହସିଲଦାରଙ୍କୁ ସାବାସୀ ଜଣାଇଛନ୍ତି । ଚଢ଼ାଉ ସମୟରେ ଅବକାରୀ ବିଭାଗ ଓ ଦିଗପହଣ୍ଡି ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Stories
November 22, 2024