
ବ୍ରହ୍ମପୁର: ମଙ୍ଗଳବାର ଲକ୍ ଡାଉନ୍ର ପ୍ରଥମ ପର୍ପ୍ୟାୟ ସରିବା ପରେ ଦ୍ୱିତୀୟ ପର୍ଯ୍ୟାୟର ଅବଧି ପୁଣି ମେ ୩ ଯାଏଁ ବଢିଯାଇଥିବା ନେଇ କେନ୍ଦ୍ର ସରକାର ଘୋଷଣା କରିବା ପରେ ସହରରେ କଟକଣାକୁ ପୂର୍ବପରି ରଖାଯାଇଛି । ତେବେ ମଙ୍ଗଳବାର ସ୍ଥାନୀୟ ଜିଲ୍ଲାଜଜ୍ଙ୍କ ବାସ ଭବନରେ କିଛି ମାମଲାର ଶୁଣାଣି ଏବଂ ଜାମିନ ଆବେଦନ କରାଯିବ ବୋଲି ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା । ଏହାକୁ ଆଧାର କରି ଲକ୍ ଡାଉନ୍ ସତ୍ୱେ କିଛି ଆଇନଜୀବୀ ନିଜ କାର୍ଯ୍ୟ ପାଇଁ କୋର୍ଟକୁ ଆସିଥିଲେ । କୋର୍ଟରେ ଆଇନଜୀବୀମାନେ ବସି ଆଲୋଚନା କରୁଥିବା ବେଳେ ହଠାତ୍ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜ କାରରେ ଡ୍ରାଇଭ୍ କରି ସେହି ବାଟ ଦେଇ ଯାଉଥିବା ବେଳେ ଆଇନଜୀବୀଙ୍କ ଗହଳି ଦେଖି ଗାଡି ଅଟକାଇ ଥିଲେ । ପରେ ସମସ୍ତ ଆଇନଜୀବୀଙ୍କ ସହ ଆଲୋଚନା କରି ସାମାଜିକ ଦୁରତ୍ୱ ବଜାୟ ରଖିବା ପାଇଁ କହିବା ସହ ଆବଶ୍ୟକ ନଥିଲେ ଘରୁ ବାହାରିବା ପାଇଁ ମନା କରିଥିଲେ । । ଠିକ୍ ସେହି ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିଦ୍ଧେ ଦତାତ୍ରୟ ଭାଉସାହେବ ମଧ୍ୟ ସେଠାକୁ ଆସିଥିଲେ । ବେଶ୍ କିଛି ସମୟ ଆଇନଜୀବୀମାନଙ୍କ ଆଲୋଚନା ପରେ ଜିଲ୍ଳାପାଳ ଏବଂ ଉପଜିଲ୍ଲାପାଳ ସେଠାରୁ ଚାଲିଯାଇଥିଲେ ।