ଯାଜପୁର– ସହରାଚଂଳରେ ହୋଟେଲ ଓ ରେଷ୍ଟୁରାଂଟ ଉପରେ ନିର୍ଭର କରି ଚଳୁଥିବା ଲୋକ ମାନେ ଲକ୍ ଡାଉନ୍ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସେମାନେ ଏହି ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କୁ ଅବଗତ କରାଇଥିଲେ । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ଦାସ ଯାଜପୁର ଓ ବ୍ୟାସନଗର ପୌରାଚଂଳର କିଛି ହେଟେଲ ମାଲିକଙ୍କ ସହ ଖାଦ୍ୟ ପୁଡ଼ିଆ ପାର୍ସଲ ନେଇ କଥା ହୋଇଥିଲେ । ଟେଲି ମେଡ଼ିସିନ ଭଳି ଟେଲି ଫୁଡ଼୍ ଯୋଗାଇବାକୁ ଏଥିରେ ନିଷ୍ପତି ନିଆଯାଇଛି । ଲୋକ ମାନଙ୍କୁ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆ ମାଧ୍ୟମରେ ହୋଟେଲର ନାମ ଓ ଯୋଗାଯୋଗ ନମ୍ବର ପ୍ରଦାନ କରାଯିବ । ସେମାନେ ନିଜର ଆବଶ୍ୟକତା ଅନୁସାରେ ଅର୍ଡ଼ର କଲେ, ହୋମ୍ ଡେଲିଭରି ମାଧ୍ୟମରେ ସେମାନଙ୍କ ଘରେ ଖାଦ୍ୟ ପହଂଚାଯିବ । କିନ୍ତୁ, ଏହି ହୋଟେଲ ମାନଙ୍କୁ କେବଳ ହୋମ୍ ଡ଼େଲିଭରି ପାଇଁ ଅନୁମତି ଦିଆଯାଇଛି । ତେଣୁ, ସେଠାରେ ଲୋକଙ୍କୁ ବସେଇ ଖାଇବାକୁ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିବା ସହ ଏଥିରେ ବ୍ୟତିକ୍ରମ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି ।
ଏହି ହୋଟେଲ ଓ ଯୋଗାଯୋଗ ନମ୍ବର ଗୁଡିକ ହେଲା- ଯାଜପୁର ରୋଡ଼ର ହୋଟେଲ ବ୍ରାହ୍ମଣୀ ନଂ ୮୭୬୩୯୨୯୯୧୯, ଦୟାଲ ରେସିଡ଼େନ୍ସି ନଂ-୮୦୯୩୦୯୯୯୧୭, ଡିୟୁ ପ୍ଲାଜା ନଂ. ୭୦୭୭୩୩୨୨୨୨, ୮୨୭୦୩୧୩୧୮୫, ରୟାଲ କଳିଙ୍ଗ ହୋଟେଲ ନଂ ୮୯୮୪୦୧୦୯୪୯, ହୋଟେଲ ନଟରାଜ ରୟାଲ ନଂ. ୭୩୭୭୬୬୪୪୮୯, ମୀରାବେଲ ହୋଟେଲ ନଂ. ୯୯୩୭୨୦୭୧୭୯ ଏବଂ ଯାଜପୁର ଟାଉନ୍ ର ବାୟାନନା ହୋଟେଲ ନଂ ୯୦୭୮୧୧୦୧୧୬ ।