ଧର୍ମଶାଳା – ରସୁଲପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନଗର ସାଧନ କେନ୍ଦ୍ର ଅଧିନସ୍ଥ ବୁଲୁମୁକ୍ତା ମଂଜରୀ ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଜେନ୍ଦ୍ର କୁମାର ସାହୁଙ୍କ ଉଦେ୍ଧଶ୍ୟରେ ଆଜି ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପହଁଗା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଅନୁÂିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷକ ନେତା ବିଜୟ କୁମାର ଭଦ୍ର ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ ବେହେରାଙ୍କ ସଂଚାଳନାରେ ଅନୁÂିତ କାର୍ଯ୍ୟକ୍ରମରେ ରସୁଲପୁର ମଣ୍ଡଳ ଶିକ୍ଷାଧିକାରୀ ଶାନ୍ତନୁ କୁମାର କର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷକତାର ଅବସରର ନାହିଁ । ଜଣେ ଶିକ୍ଷକ ତାର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସମାଜ ଗଠନରେ ନିଜକୁ ନିୟୋଜିତ କରିଥାଏ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ସାଧନ କେନ୍ଦ୍ର ସଂଯୋଜକ ବିନୋଦ ବିହାରୀ ସାହୁ, ଶିକ୍ଷକ ସତ୍ୟାନନ୍ଦ ଦାସ, ପରିଚାଳନା କମିଟି ଅଧ୍ୟକ୍ଷା ସୁମିତ୍ରା ମଲ୍ଲିକ, ମୁକ୍ତିପ୍ରସାଦ ରଥ, କୃଷ୍ଣ ଚନ୍ଦ୍ର ଓଝା, ରଘୁନାଥ ସାହୁ, ମାଧବ ଚନ୍ଦ୍ର ସାହୁ, କିଶୋର ସାହୁ, ନିରଂଜନ ସାହୁ, ନାରାୟଣ ରାଉତ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଗୁଣଗାନ କରିଥିଲେ । ବିଦ୍ୟାଳୟ ପକ୍ଷରୁ ବିଦାୟୀ ଶିକ୍ଷକଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଅଶୋକ ସାହୁ, ରମେଶ ସାହୁ, ଶକୁନ୍ତଳା ପୃଷ୍ଟି, କନକଲତା ମୁଦୁଲି, ଆନନ୍ଦ ପାତ୍ର, ନାଣ୍ଡୁ ସାହୁ, ଶେଷଦେବ ପାଢୀ, ପ୍ରଦୀପ୍ତ ଜେନା, ଦିଲୀପ ସାହୁ, କାହ୍ନୁଚରଣ ପ-ଷ୍ଟି, ରତିକାନ୍ତ ସେଠୀ, କେଶବ ସାହୁ, ସୁବଳ ସାହୁ, ଲକ୍ଷ୍ମଣ ସାହୁ, ରଂଜନ ଦାଶ, ସୁରେଶ ସାହୁ, ଶାନ୍ତିଲତା ସାହୁ, ସୁକାନ୍ତ ସାହୁ, ମହାମାୟା ଜେନା, ମାନିନା ବାରିକ, ବିଜୟଲକ୍ଷ୍ମୀ ସାହୁ, ସୁପ୍ରଭା ପାଣିଗ୍ରାହୀ, ସୁଧାଶୁଂବାଳା ଜେନା, ଦ୍ରୋପଦୀ ନାୟକ, ରଶ୍ମତା ପୁହାଣ, ଲୋପାମୁଦ୍ରା ସାହୁ,ସ୍ୱର୍ଣ୍ଣମୟୀ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀଗଣ ଏହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଦ୍ୟାୟୀ ଶିକ୍ଷକଙ୍କୁ ଏକ ବିରାଟ ପଟୁଆରେ ତାଙ୍କ ବାସଭବନ ପର୍ଯ୍ୟନ୍ତ ଆଣାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି ବୃକ୍ଷରୋପଣ କରିଥିଲେ । ଏଥିସହ ବିଦ୍ୟାୟୀ ଶିକ୍ଷକକୁ ଚାରା ଉପହାର ଦିଆଯାଇଥିଲା ।