
ଧର୍ମଶାଳା- ପ୍ରବାସୀ ଭାରତୀୟ ଧର୍ମେନ୍ଦ୍ର କରଙ୍କୁ ପରିବେଶ ଚିନ୍ତା ଘାରିଛି । ସେ ଉତର-ପୂର୍ବାଚଂଳ ଜୋନକୁ ସବୁଜ ବଳୟରେ ପରିଣତ କରିବା ପାଇଁ ସଂକଳ୍ପ ନେଇଛନ୍ତି । ଏଥି ସକାଶେ ସେ ସୁପର-୩୦ ଗ୍ରୀନ ଓଡିଶା ନାମରେ ଏକ ସଂସ୍ଥା ବି ଗଠନ କରିଛନ୍ତି । ଏହି ମିଶନକୁ ସଫଳ କରିବା ପାଇଁ ସେ ବିଦ୍ୟାଳୟ ସ୍ତରରୁ କୋମଳମତି ଝିଅପୁଅଙ୍କୁ ଏଥିରେ ସାମିଲ କରିଛନ୍ତି । ବୃକ୍ଷ ରୋପଣ ଓ ସିଡବଲ ମାଧ୍ୟମରେ ସୁବଜ ବଳୟ ସୃଷ୍ଟି କରିବାରେ ପିଲାମାନେ ହିଂ ସହାୟକ ହୋଇପାରିବେ । ଏହି ଆଧାରରେ ସେ ନିଜେ ପାଠପଢିଥିବା ଗାଁ ବିଦ୍ୟାଳୟ ମୁଗୁପାଳ ନୋଡାଲ ଉଚ୍ଚ ବିଦ୍ୟାଳୟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପିଲାଟିଏ ଗଛଟିଏର ମହତ୍ୱ ପିଲାମାନଙ୍କୁ ବୁଝାଇ କହିଛନ୍ତି । ବୃକ୍ଷ ସଂଖ୍ୟା ଅହେତୁକ ହ୍ରାସ ପାଉଥିବାରୁ ଏହା ପରିବେଶରେ ଅସନ୍ତୁଳନ ଅବସ୍ଥା ସୃଷ୍ଟି କରୁଛି । ଜୀବ ଜଗତ ପ୍ରତି ବିପଦ ସୃଷ୍ଟି କରୁଛି । ବିକାଶ ନାଁରେ ମଣିଷ ସମାଜ ବିନାଶ କରିବାରେ ଲାଗିଛି । ସବୁଜ ବଳୟ ସୃଷ୍ଟି କରାଯାଇ ନପାରିଲେ ମାନବ ସାମଜର ବିଶେଷ କ୍ଷତି ହେବ ବୋଲି କୁହାଯାଉଛି । ଏ ଦିଗରେ ସତର୍କ ଘଂଟି ବାଜିଲାଣି ସମସ୍ତେ ଏବେଠାରୁ ସଜାଗ ହେବା ପାଇଁ କୁହାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁÂିତ ସୁପର-୩୦ ଗ୍ରୀନ୍ ଓଡିଶାର ପ୍ରତିÂାତା ଶ୍ରୀ କର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ବିଶ୍ୱାଳ, ଅକ୍ଷୟ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୃତୁ୍ୟଞ୍ଜୟ ମିଶ୍ର, ଡାକବିଭାଗର ସହାକରୀ ବିତ୍ତ ଅଧିକାରୀ ଫାଲଗୁନି ବିଭୁକଲ୍ୟାଣ ଦାସ, ଶ୍ୟାମସୁନ୍ଦର ଦାଶ, ପ୍ରାକ୍ତନ ଶିକ୍ଷକ ପ୍ରମୋଦ କୁମାର ଦାଶ, ପ୍ରକାଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପ୍ରତ୍ୟେକ ପିଲା ନିଜ ବାଡିରେ ଗୋଟିଏ ଲେଖାଏଁ ଗଛ ଲଗାଇବା ସହ ତାର ଯତ୍ନ ନେବାକୁ ପରାମର୍ଶ ଦିଆଯାଇଥିଲା । ଅନୁÂାନ ପକ୍ଷରୁ ସମସ୍ତଙ୍କୁ ମାଗଣାରେ ଗଛ ଯୋଗାଇ ଦିଆଯିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଶିକ୍ଷକ ବିଷ୍ଣୁ ଚରଣ ସାହୁ, ଅବିନାଶ ଆଏଚ, ଜ୍ୟୋତି ବିଶ୍ୱାଳ, ପଙ୍କଜିନୀ ନାୟକ, ଅର୍ଚ୍ଚନା, ପ୍ରିୟଦର୍ଶିନୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ୩ଶହରୁ ଉର୍ଦ୍ଧ ଛାତ୍ରୀଛାତ୍ର ଯୋଗଦେଇ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO