-
ପଞ୍ଚାୟତ ସଙ୍ଗରୋଧ ଶିବିରରେ ରହିଲେ ଚାଲି ଚାଲି ଆସି ଥିବାରୁ ଗୋଡ଼ରେ ଯନ୍ତ୍ରଣା ଅନୁଭବ ପ୍ରକାଶ କଲେ
ବେଲଗୁଣ୍ଠI , 13/4, ମହାମାରୀ କୋରୋନା ପାଇଁ ସାରା ବିଶ୍ଵ ଏବେ ଆତଙ୍କିତ l କୋରୋନା ରୋଗର ମୁକାବିଲା କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ ଡ଼ାଉନ୍, ସଟ୍ ଡ଼ାଉନ୍ ଠୁ ଆରମ୍ଭ କରି ଜାରି l. ତଥାପି କୋରୋନାର ଭୟାବହତା ଦିନକୁଦିନ ବଢ଼ି ଚାଲିଥିବାରୁ ଅପ୍ରେଲ୍ 14 ତାରିଖ ଲକ୍ ଡ଼ାଉନ୍ କୁ ଅପ୍ରେଲ୍ 30 ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବଢାଇଛନ୍ତି l ଅପ୍ରେଲ୍ 14 ତାରିଖର ଲକ୍ ଡ଼ାଉନ୍ ଉଠିଲା ପରେ ବାହାର ଜିଲ୍ଲା ଓ ରାଜ୍ୟରେ ଫସିଥିବା ଲୋକେ ନିଜ ଗ୍ରାମକୁ ଫେରିବା ପାଇଁ ଆଶା ବାନ୍ଧି ବସିଥିଲେ l. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 30 ତାରିଖ ପର୍ଯ୍ୟନ୍ତ ଲକ୍ ଡ଼ାଉନ୍ ଘୋଷଣା କରିବା ପରେ ବେଲରବେଲଗୁଣ୍ଠI ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ବୋରସିଂ ପଞ୍ଚାୟତର ସାନ ବୋର୍ସିଂ ଓ ବାଙ୍କଲେଡି ଗ୍ରାମର 8 ଜଣ ଶ୍ରମିକ କାମଧନ୍ଦା ନଥିବାରୁ ଭୁବନେଶ୍ଵରରେ ରହି ଚଳିବା କଷ୍ଟକର ଭୁବନେଶ୍ଵର ସୂର୍ଯ୍ୟ ନଗର ଠାରୁ ଗୁରୁବାର ସନ୍ଧ୍ୟାରୁ ଚାଲି ଚାଲି ଆସି 180 କି.ମି. ଅତିକ୍ରମ କରି ଆଜି ସକାଳ 9 ଘଣ୍ଟ ସମୟରେ ବଡ଼ ବୋର୍ସିଂ ଠାରେ ପହଞ୍ଚିଥିଲେ l. ପୋଲିସ୍ ଚେକ୍ କରୁଥିବା ଜାଗାରେ ସେମାନଙ୍କୁ ଅଟକାଇବା ଭୟ କରି ସେମାନେ ଜମି ରାସ୍ତା ଭିତରେ ଆସି ପୁଣି ମୁଖ୍ୟ ରାସ୍ତାକୁ ଉଠୁଥିଲେ l ପ୍ରାୟ 40 ରୁ 45 ଘଂଟା ମଧ୍ୟରେ ସେମାନେ 180 କି ମି ଚାଲି ଚାଲି ବଡ଼ ବୋର୍ସିଂରେ ପହଞ୍ଚିବା ପରେ ସେମାନଙ୍କ ଗୋଡ଼ ହାତ ଖଣ୍ଡିଆ ଖାବରା ହେବା ସହ ବହୁ ଯନ୍ତ୍ରଣା ହେଉଥିବା ପ୍ରକାଶ କରିଛନ୍ତି l . ଭୁବନେଶ୍ଵର ସୂର୍ଯ୍ୟ ନଗରରେ କୋରୋନା ରୋଗୀ ଚିହ୍ନଟ ହୋଇଥିବାରୁ ଗ୍ରାମବାସୀ ସେମାନଙ୍କୁ ଭୟରେ ଗ୍ରାମରେ ପୂରେଇବା ପାଇଁ ସେମାନଙ୍କୁ ବିରୋଧ କରିଥିଲେ l. ଖବର ପାଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ରାମେଶ୍ଵର ପାତ୍ର ଓ ସମିତି ସଭ୍ୟ ପ୍ରତିନିଧି bhanja ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରମେଶ ସ୍ଵାଇଁ ପ୍ରମୁଖ ଏମାନଙ୍କ ପାଖରେ ପହଞ୍ଚି 104 ନମ୍ବରରେ ନାମ ପଞ୍ଜିକରଣ କରାଇବା ପରେ ବଡ଼ ବୋର୍ସିଂ ହାଇସ୍କୁଲ ଠାରେ ଖୋଲା ଯାଇଥିବା ଆଇସୋଲେସନ୍ କ୍ୟାମ୍ପରେ 14 ଦିନିଆ ସଙ୍ଗରୋଧରେ ରଖାଯାଇଛି l ସଙ୍ଗରୋଧ ବିଷୟରେ ଏମାନେ ଅଜ୍ଞ ଥିବାରୁ ସେମାନଙ୍କ ପରିବାର ବର୍ଗ ତଥା ସମ୍ପର୍କୀୟମାନେ ଆସି ପାଖରେ ବସି କଥାବାର୍ତ୍ତା ହେବା ସହ କୁଣ୍ଢାକୁଣ୍ଢି ହେଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି ଏବଂ ସଙ୍ଗରୋଧରେ ଥାଇ ବାହାରେ ବୁଲାଉଥିବାରୁ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମୀଞ୍ଜଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା l ଏହା ଉପରେ ସେ ଗୁରୁତ୍ଵ ଦେବେ ବୋଲି ପ୍ରକାଶ କରିଛନ୍ତି l ସେମାନଙ୍କୁ ତୁରନ୍ତ ଡାକ୍ତରି ଚିକିତ୍ସା କରାଇବାକୁ ଗ୍ରାମବାସୀ ଦାବି କରିଛନ୍ତି l