
ଭୁବନେଶ୍ୱର– ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଂଟ ଜେନେରାଲ କେ.ପି ଧଳସାମନ୍ତଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି,ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ, ପୂର୍ବତନ ମନ୍ତ୍ରୀ ଶ୍ରୀ କେ.ଭି ସିଂହଦେଓ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱର୍ଗତଃ ଧଳସାମନ୍ତ ୧୯ ବର୍ଷ ବୟସରୁ ଭାରତୀୟ ସେନାରେ ସାମିଲ ହୋଇ ଦେଶ ସେବା ଆରମ୍ଭ କରିଥିଲେ । ୧୯୭୧ ମସିହାରେ ଇଣ୍ଡୋ – ପାକିସ୍ତାନ ଯୁଦ୍ଧ ଏବଂ ୧୯୯୯ରେ କାରଗିଲ ଯୁଦ୍ଧରେ ଭାରତର ବିଜୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଯୁଦ୍ଧରେ ନିଜ ବୀରତ୍ୱ ପାଇଁ ତାଙ୍କୁ ପୁରବୀ ଷ୍ଟାର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅବସର ପୂର୍ବରୁ ସେ ରାଷ୍ଟ୍ରୀୟ ରାଇଫଲ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ ।
ଦେଶ ସୁରକ୍ଷା ପ୍ରସଙ୍ଗରେ ସେ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆଭିମୁଖ୍ୟକୁ ସମର୍ଥନ ଜଣାଉଥିଲେ । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଜେପିର ଜନସଂପର୍କ ଅଭିଯାନରେ ବିଜେପି ନେତୃବୃନ୍ଦ ତାଙ୍କୁ ଭେଟିବା ସମୟରେ ସେ ଏଭଳି ନିଷ୍ପତିକୁ ସ୍ୱାଗତ ଜଣାଇଥିଲେ । ତାଙ୍କ ବିୟୋଗ ପୂରା ସମାଜ ପାଇଁ ଏକ ଅପୂରଣୀୟ କ୍ଷତି । ସ୍ୱର୍ଗତଃ ଧଳସାମନ୍ତଙ୍କ ବିୟୋଗରେ ଶ୍ରୀ ମହାନ୍ତି, ଶ୍ରୀ ନାଏକ, ଶ୍ରୀ ସିଂହଦେଓ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।