ପ୍ରଦାନଧର୍ମଶାଳା – ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଟିକରପଡା ପଂଚାୟତର ରାଜୀବ ଗାନ୍ଧି ସେବା କେନ୍ଦ୍ର ପରିସରରେ ଆଜି ନାବାର୍ଡ ପକ୍ଷରୁ ତୃଣମୂଳସ୍ତରରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ(ଜିଆରଏଲଟିପି) କାର୍ଯ୍ୟକ୍ରମ ଜରିଆରେ ସ୍ୱୟଂସହାୟିକା ମହିଳାମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଯାଜପୁର ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମଉତଥାନ ତତ୍ୱାବଧାନରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନାବାର୍ଡର ଏଜିଏମ ସୁବ୍ରତ କୁମାର ସାହୁ, ନଠୁଆବର ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ ପ୍ରମୁଖ ଯୋଗଦେଇ ସ୍ୱୟଂସହାୟିକା ଗୋÂୀ ଓ ଇ-ଶକ୍ତିରେ ସାମିଲ ଥିବା ସମସ୍ତ ଆନିମେଟରମାନଙ୍କୁ ସରକାର ଓ ନାବାର୍ଡ ପକ୍ଷରୁ ଦିଆଯାଉଥିବା ସୁବିଧା ସୁଯୋଗ ସଂପର୍କରେ ଆଲୋକପାତ କରିଥିଲେ । ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବାଲମ୍ବି କରିବା ସକାଶେ ଅନୁÂାନ ପକ୍ଷରୁ ବିଭିନ୍ନ ତାଲିମ ଦିଆଯାଉଛି । ତାଲିମପ୍ରାପ୍ତ ମହିଲାମାନଙ୍କୁ ସରକାରଙ୍କ ପକ୍ଷରୁ ଋଣ ପ୍ରଦାନ କରାଯାଉଛି । ଏହାର ବିନିଯୋଗ କରି କିପରି ମହିଳାମାନେ ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ନେଇ ପ୍ରୋଜେକ୍ଟ ଅଧିକାରୀ ବିଜୟ କୁମାର ସାହା, ସମନ୍ୱିତ ମହିଳା ଶିଶୁ ବିକାଶ ପ୍ରକଳ୍ପ-ରସୁଲପୁରର ପ୍ରତିନିଧି ମନ୍ଦାକିନୀ ସାମଲ, ଜିବୀକା ମିଶନର ବିଏଲସି ପୁଷ୍ପଲତା ବେହେରା, ପଂଚାୟତ ଏମବିକେ ବିଣାପାଣି ପ୍ରଧାନ ପ୍ରମୁଖ ଯୋଗଦେଇ ମତ ବିନିମୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୬୦ରୁ ଉର୍ଦ୍ଧ ମହିଳା ଯୋଗଦେଇ ଥିôଲେ ।
Related Stories
November 25, 2024