ଜୟପୁର– କୋରନା ରୋଗିଙ୍କ ଚିକିତ୍ସା ପାଇଁ ଜିଲାସ୍ତରିୟ କୋଭିଡ୍ ହସପିଟାଲ ଉଦଘାଟିତ ହୋଇଛି । ଜୟପୁର ପୁରୁଣା ସବଡିଭିଜନ ହସପିଟାଲରେ ଏହି ଜିଲାସ୍ତରିୟ କୋଭିଡ-୧୯ ହସପିଟାଲ କାର୍ଯ୍ୟକ୍ଷମ ହୋଇଛିି । ନାଲକୋ ଓ ଜୟପୁର ବିଧାୟକ ପାଣ୍ଠିର ସହାୟତାରେ ୧୫୦ ଶଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟ କୁ ଜିଲାପାଳ ମଧୁସୁଦନ ମିଶ୍ର ଲୋକାର୍ପଣ କରିଛନ୍ତି । କୋଭିଡ-୧୯ ଜିଲା ସ୍ତରିୟ ହସପିଟାଲରେ ୪ଟି ଆଇସିୟୁ, ୩ଟି ଭେଂଟିଲେଟର ରହିଥିବା ବେଲେ ପଜିଟିଭଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ରହିଛି । ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ବଢୁଥିବାରୁ ଜିଲାରେ ଭୟର ବାତା ବରଣ ଦେଖାଯାଇଛି । ବର୍ତମାନ ସୁଦ୍ଧା ଜିଲାରେ ଗୋଟିଏବି ପଜିଟିଭ ଚିହ୍ନଟ ହୋଇ ନାହିଁ । କିନ୍ତୁ ଆଗାମି ଦିନରେ ଜିଲାରେ କୈଣସି ଚିହ୍ନଟ ହେଲେ ଏଠାରେ ରଖି ଚିକିତ୍ସା କରାଯିବ ବୋଲି ସରକାର ନିଷ୍ପତି ନେଇଛନ୍ତି ।
ଜିଲା ସ୍ତରିୟ କୋଭିଡ ହସପିଟାଲରେ ଡାକ୍ତର, ଷ୍ଟାଫ ନର୍ସ, ଫର୍ମାସିଷ୍ଟ, ୪ର୍ଥ ଶ୍ରେଣି କର୍ମଚାରି ରହିଥିବା ବେଳେ ପରିସରରେ ଥିବା ଚକ୍ଷୁ ବିଭାଗ, ସହରାଚଂଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତର ମାନେ ରହିବା ପାଇଁ ୨ଟି ହୋଟେଲରେ ବ୍ୟବସ୍ଥା କରାଯାଇଥିବା ବେଳେ ନବ ନିର୍ମିତ ବିକ୍ରମଦେବ କଲେଜର ବାଳିକା ହଷ୍ଟଲରେ ପାରାମେଡିକାଲ ଷ୍ଟାଫଙ୍କୁ ରଖାଯାଇଛି । ହସପିଟାଲକୁ ସାନିଟାଇଜ କରାଯାଇଛି । ହସପିଟାଲ ଭିତରେ ବାହାର ଲୋକଙ୍କୁ ପ୍ରବେଶ ବନ୍ଦ କରାଯାଇଥିବା ବେଳେ ସୁରକ୍ଷା ଓ ସଚେତନତାକୁ ଗୁରତ୍ୱ ଦିଆଯାଇଛି । ଜିଲାରେ ମୋଟ ଆଜି ଯାଏ ୯୦ଟି ସ୍ୱାବ ପରୀକ୍ଷା ପାଇଁ ଯାଇଥିବା ବେଳେ ୧୯ଟିର ରିପୋର୍ଟ ଆସିଛି । ଆଉ ଏସବୁ ନେଗେଟିଭ ରହିଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରି ସୂଚନା ଦେଇଛନ୍ତି ।
ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଦେବନ ପ୍ରଧାନ, ଡିଆରଡିଏ ପିଡି ପ୍ରବିର କୁମାର ନାୟକ, ଜିଲା ଚିକିତ୍ସାଧିକାରି ମକରନ୍ଦ ବେଉରା, ଉପ ଜିଲାପାଳ ଲୋକ ନାଥ ଦଳ ବେହେରା, ପୌର କାର୍ଯ୍ୟନିବାହୀ ଅଦିକାରି ଆଲୋକ ରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।