
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ – ଗଞ୍ଜାମ ଜିଲ୍ଲାରେ ସଟ ଡାଉନ କୁ ନେଇ ବହୁ ମଧ୍ୟବିତ୍ତ ଓ ନିମ୍ନ ଶ୍ରେଣୀର ଲୋକମାନେ ନିଜ ନିଜର ରୋଜଗାର ହରାଇ ଘରେ ବସିଛନ୍ତି।ଯାହା ଫଳରେ ସେମାନଙ୍କ ପାଇଁ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡ଼ିଛି।ତେଣୁ ଆଜି ଓଡିଶା ମୋଟର ଚାଳକ ସଂଘ, ଭଞ୍ଜନଗର ଶାଖା ପକ୍ଷରୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଜିଲ୍ଲାପାଳଙ୍କ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ସଟ ଡାଉନ ଯୋଗୁଁ ଭଞ୍ଜନଗର ଅଞ୍ଚଳର ଶତାଧିକ ବସ,ଟ୍ରକ ଓ ଟ୍ୟାକ୍ସି ଚଳାଚଳ ବନ୍ଦ ରହିବା ଯୋଗୁଁ ଚାଳକ ମାନେ ଦୁଃଖ କଷ୍ଟରେ ଚଳୁଛନ୍ତି।ଏବେ ପୁଣି ଲକ ଡାଉନ ର ଅବଧି ବୃଦ୍ଧି ପାଇ ଥିବାରୁ ବହୁ ଚାଳକ ଚିନ୍ତାରେ ରହିଛନ୍ତି।ଅର୍ଥାଭାବରୁ ସେମାନଙ୍କର ଚଳିବା ମୁସ୍କିଲ ହୋଇଯାଇଛି।ତେଣୁ ପ୍ରଶାସନ ତରଫରୁ ଅସୁବିଧାରେ ଥିବା ଚାଳକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସହାୟତା ଯୋଗାଇଦେବାକୁ ଜଣାଇଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO