

Related Stories
September 15, 2025
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ – ଗଞ୍ଜାମ ଜିଲ୍ଲାରେ ସଟ ଡାଉନ କୁ ନେଇ ବହୁ ମଧ୍ୟବିତ୍ତ ଓ ନିମ୍ନ ଶ୍ରେଣୀର ଲୋକମାନେ ନିଜ ନିଜର ରୋଜଗାର ହରାଇ ଘରେ ବସିଛନ୍ତି।ଯାହା ଫଳରେ ସେମାନଙ୍କ ପାଇଁ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡ଼ିଛି।ତେଣୁ ଆଜି ଓଡିଶା ମୋଟର ଚାଳକ ସଂଘ, ଭଞ୍ଜନଗର ଶାଖା ପକ୍ଷରୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଜିଲ୍ଲାପାଳଙ୍କ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ସଟ ଡାଉନ ଯୋଗୁଁ ଭଞ୍ଜନଗର ଅଞ୍ଚଳର ଶତାଧିକ ବସ,ଟ୍ରକ ଓ ଟ୍ୟାକ୍ସି ଚଳାଚଳ ବନ୍ଦ ରହିବା ଯୋଗୁଁ ଚାଳକ ମାନେ ଦୁଃଖ କଷ୍ଟରେ ଚଳୁଛନ୍ତି।ଏବେ ପୁଣି ଲକ ଡାଉନ ର ଅବଧି ବୃଦ୍ଧି ପାଇ ଥିବାରୁ ବହୁ ଚାଳକ ଚିନ୍ତାରେ ରହିଛନ୍ତି।ଅର୍ଥାଭାବରୁ ସେମାନଙ୍କର ଚଳିବା ମୁସ୍କିଲ ହୋଇଯାଇଛି।ତେଣୁ ପ୍ରଶାସନ ତରଫରୁ ଅସୁବିଧାରେ ଥିବା ଚାଳକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସହାୟତା ଯୋଗାଇଦେବାକୁ ଜଣାଇଛନ୍ତି।