
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବିଶୋଧକ ସିଞ୍ଚନ ଜାରି ରହିଛି । ବ୍ରହ୍ମପୁର ଅଗ୍ନିଶମ କାର୍ଯ୍ୟାଳୟ ଆସିଷ୍ଟାଣ୍ଟ ଫାୟାର ଅଫିସର ସନାତନ ମହାପାତ୍ରଙ୍କ ନେତୃତ୍ୱରେ ସହରରେ ପ୍ରତ୍ୟେକ ଦିନ ଅଲଗା ଅଲଗା ଅଞ୍ଚଳରେ ସୋଡିୟମ୍ ହାଇଡ୍ରୋ କ୍ଲୋରାଇଟ୍ ସିଞ୍ଚନ କରାଯାଉଛି । ବ୍ରହ୍ମପୁର ସହରରେ ସଟ୍ ଡାଉନ୍ କଟକଣା ମାର୍କେଟ୍ ସରିବା ପରେ ଦେଖିବାକୁ ମିଳୁଛି । ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସାଧାରଣ ଦିନ ଭଳି ମାର୍କେଟ୍ରେ ଗହଳି ଦେଖିବାକୁ ମିଳୁଥିବା ବେଳେ ଦିନ ୧୨ଟା ପରେ ଶୂନ୍ଶାନ୍ ହୋଇଯାଉଛି ସହର । ନିଶବ୍ଦ ଓ ରାସ୍ତା ପୁରା ଫାଙ୍କା ହୋଇଯାଉଛି । ବିଏମ୍ସି, ପ୍ରଶାସନ ଓ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ଲୋକ ସାମାଜିକ ଦୂରତା ରଖୁନାହାନ୍ତି । ଶନିବାର ୧୦ଜଣ ପ୍ରାତଃ ଭ୍ରମଣକାରୀଙ୍କୁ ତାଗିଦ୍ କରାଯାଇଥି ବେଳେ ରବିବାର ମଧ୍ୟ କେତେକ ଭ୍ରମଣକାରୀଙ୍କୁ ଦେଖିବାକୁ ମିଳିଥିଲା । ତେବେ ବିଏମ୍ସି ପକ୍ଷରୁ ସମସ୍ତ ସେବା ଘରେ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି ଏବଂ ସମସ୍ତେ ଘରେ ରୁହନ୍ତୁ । ଅତ୍ୟାବଶ୍ୟକତା ନଥିଲେ ଘରୁ ବାହାରକୁ ଆସନ୍ତୁ ନାହିଁ ବୋଲି କହିଛନ୍ତି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର ।