ବ୍ରହ୍ମପୁର : ରବିବାର ଦିନ ପୁଲିସ ମହାନିର୍ଦ୍ଦଶକ ଅଭୟ ଦକ୍ଷିଣାଞ୍ଚଳର ଗଞ୍ଜାମ ଜିଲ୍ଲା ଗସ୍ତକରି ବ୍ରହ୍ମପୁର ପୋଲିସ ଜିଲ୍ଲାରେ ପହଞ୍ôଚଥିଲେ । ଏଠାରେ କାର୍ଯ୍ୟରତ କନେଷ୍ଟବଳ, ହେଲ୍ପଡେସ୍କ ଇନଚାର୍ଜ, ଟ୍ରାଫିକ୍ କନେଷ୍ଟବଳଙ୍କ ସହ ଆଲୋଚନାକରି ପରେ ଗଞ୍ଜାମ ଜିଲ୍ଲା ପୁଲିସ ମୁଖ୍ୟାଳୟ, ଦକ୍ଷିଣାଞ୍ଚଳ ଡିଆଇଜି ଅଫିସ ଏବଂ ବିଭିନ୍ନ ଥାନାକୁ ଯାଇ ଲକ୍ ଡାଉନ୍ ମୁକାବିଲାର ସ୍ଥିତି ସମୀକ୍ଷା କରିଛନ୍ତି । ପୁଲିସ ମୁଖିଆଙ୍କ ଏହିଗସ୍ତର ବିଶେସତ୍ୱ ହେଲା ଲକଡାଉନ୍ରେ ଥିବାଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏବଂ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ମନୋବଳ ବଢାଇବା ।
କୋଭିଡ୍-୧୯ ମୁକାବିଲାରେ ନିୟୋଜିତ ପୁଲିସ ବିଭାଗର ମନୋବଳ ବୃଦ୍ଧି କରିବା ଓ ଲକଡାଉନ୍ସ୍ଥିତି ସମୀକ୍ଷା କରିବା ପାଇଁ ରବିବାର ଦିନ ପୁଲିସ ଡିଜି ଅଭୟ ବ୍ରହ୍ମପୁର ଗସ୍ତ କରିଥିଲେ । ଦକ୍ଷିଣାଞ୍ଚଳ ଡିଆଇଜି ଅଫିସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଡିଜିପି ଅଭୟ ଗଞ୍ଜାମ ଜିଲ୍ଲାର ଲୋକମାନେ ଲକ୍ ଡାଉନ୍ କାର୍ଯ୍ୟକାରୀରେ ପୁଲିସକୁ ସହଯୋଗ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ।
ଏହାସହ ଲକ୍ ଡାଉନ୍ ସଫଳ କରିବା ଦିଗରେ ରାଉଣ୍ଡ ଦି କ୍ଲକ୍ଡ୍ୟୁଟି କରୁଥିବା ପୁଲିସ ସହକର୍ମୀଙ୍କ କାର୍ଯ୍ୟବାସ୍ତବିକ୍ ସ୍ୱାଗତଯୋଗ୍ୟ । ଏଭଳି ସମୟରେ ଲୋକଙ୍କ ସହଯୋଗ ଏବଂ ଉପରିସ୍ଥ ଅଧିକାରୀଙ୍କ ସମର୍ଥନ ଜରୁରୀ । ସେଥିପାଇଁ ଲକ୍ ଡାଉନ୍ ସମୀକ୍ଷା ସହ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ମନୋବଳ ବୃଦ୍ଧି କରିବା ଏହିଗସ୍ତର ମୂଳଲକ୍ଷ୍ୟ ବୋଲି ଡିଜିପି ଅଭୟ ପ୍ରକାଶ କରିଥିଲେ । ଥାନା ଗସ୍ତ ସମୟରେ ଥାନାଧିକାରୀଙ୍କ କାର୍ଯ୍ୟକଳାପ, ସେମାନଙ୍କ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ସାପ୍ତାହିକ ଛୁଟି ମିଳୁଛିକି ନାହିଁ, ବର୍ତ୍ତମାନ ଥାନାକୁ କେତେ ଅଭିଯୋଗ ଆସୁଛି ଓ ଥାନା ଇଲାକାରେ କରୋନା ସଚେତନତା କିପରି ହେଉଛି ଏଭଳି ବିଭିନ୍ନ ବିଷୟ ଉପରେ ସମ୍ପୃକ୍ତ ଥାନାଧିକାରୀମାନଙ୍କୁ ପଚାରି ବୁଝିଥିଲେ । ଡିଜିଙ୍କ ଗସ୍ତ ସମୟରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଓ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।