
ଜୟକୃଷ୍ଣ ପଟ୍ଟନାୟକ, ଭଞ୍ଜନଗର – ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ଟୋକାଗଣ୍ଡା, ଯୋଗୀମାରି ଓ ବଡ଼ କୋଦଣ୍ଡା ଗ୍ରାମର ୧୦ଜଣ ଶ୍ରମିକ ଦାଦନ ଖଟିବାକୁ ତାମିଲନାଡୁ ର ତିରିପୁର ଏରିଆରେ ଥିବା କାଲା ପାୟମ କୁ ଯାଇଥିଲେ।ସେଠାରେ ପ୍ରାୟ ୫ମାସ ରହି କାମ କରିବା ପରେ ସରକାରଙ୍କ ତରଫରୁ ସାରା ଦେଶରେ ଲକ ଡାଉନ ଘୋଷଣା ହେବା ଦ୍ୱାରା ସେମାନଙ୍କ ସମସ୍ୟା ବଢିଯାଇଛି।କାମଧନ୍ଦା ବନ୍ଦ ହେବା ପରେ ଠିକାଦାର ୫ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଖାଇବାକୁ ଦେଉଥିଲା।ହେଲେ ଏବେ ଆଉ କିଛି ଦେଉନାହିଁ ଯାହା ଫଳରେ ସେମାନଙ୍କ ପାଖରେ ଥିବା ପଇସା ପତ୍ର ସବୁ ସରିଗଲାଣି।ଏବେ ସେମାନେ ଖାଇବାକୁ ନ ପାଇ ଭୋକ ଉପାସରେ ଚଳୁଛନ୍ତି।ତେଣୁ ଏଭଳି ପରିସ୍ଥିତିରେ ସେମାନଙ୍କୁ ରାଜ୍ୟ ସରକାର ଏବଂ ପ୍ରଶାସନ ତରଫରୁ ସାହାଯ୍ୟ ଯୋଗାଇ ଦେବା ସହ ନିଜ ଗ୍ରାମକୁ ଫେରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।