
କୋରାଇ – ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଟିକର ନିକଟରେ ଆଜି ଅପରାହ୍ନରେ ଏକ ଟ୍ରଲର ପଛରେ ବୁଲେଟ ଧକ୍କ୍ା ଫଳରେ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ରାସ୍ତାରେ ଗାଡି ଚେକିଙ୍ଗ କରୁଥିବା ପରିବହନ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ତାଙ୍କ ବିଭାଗୀୟ ଗାଡିରେ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ଘଟଣାସ୍ଥଳେ ପାଣିକୋଇଲି ପୁଲିସ ପହଂଚି ଟ୍ରଲର ଓ ବୁଲେଟ ଜବତ କରିଛି । ପ୍ରକାଶ ଯେ କଟକ ପଟୁ ଏକ ଟ୍ରଲର ପାଣିକୋଇଲି ଆଡକୁ ଆସୁଥିବାବେଳେ ଏକ ଟ୍ରଲର କୌଣସି କାରଣରୁ ହଠାତ୍ ବ୍ରେକ ମାରିଦେବାରୁ ପଛରୁ ଏକ ବୁଲେଟରେ ଆସୁଥିବା ଦୁଇଜଣ ଟ୍ରକର ପଛରେ ପିଟି ହୋଇ ଗୁରୁତର ଆହତ ହୋଇଥିବା ବେଳେ ସହଯାତ୍ରୀ ଅଳ୍ପକେ ବର୍ତି ଯାଇଥିଲେ । ଚାଳକ ଭଦ୍ରକ ଜିଳ୍ଲା ପରିହାଟ ପାଢୀସାହିର ଶଶିକାନ୍ତ ପାଢୀ(୪୮) ବୋଲି ଜଣାପଡିଛି ।