ରାଂଚି– ଝାଡଖଣ୍ଡରେ ତବଲିଗି ଜମାତ ସମ୍ବନ୍ଧିତ ୩୮ ବିଦେଶୀ ନାଗରିକ ଏବଂ ୫ ଭାରତୀୟ ନାଗରିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେମାନଙ୍କ ଉପରେ ଭିସା ନିୟମ ଉଲ୍ଲଂଘନ, ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିୟମ ଆଧାରରେ ମହାମାରୀ ନିୟମର ଉଲ୍ଲଂଘନ କରିବା, ଲକଡାଉନ ନିୟମ ପାଳନ ନକରିବାର ଆରୋପ ଲାଗିଛି । ସେମାନଙ୍କ ବରୁଦ୍ଧରେ ଲଗାଯାଇଥିବା ଅନେକ ଧାରାରେ ଜାମିନ ମିଳିବା ମୁସ୍କିଲ । ଆଶା କରାଯାଉଛି ଯେ ଏବେ ଏହି ବିଦେଶୀ ନିଜ ଦେଶକୁ ଫେରି ପାରିବେ ନାହିଁ । ସେମାନଙ୍କୁ କ୍ୱାରେନଟାଇନ ଅବଧି ସରିବା ପରେ ଜେଲ୍ ଯିବାକୁ ପଡିବ ।
ପୋଲିସ୍ ଅନୁଯାୟୀ ତବଲିଗି ଜମାତ ସହ ଜଡିତ ଯେଉଁ ବିଦେଶୀ ମୌଲବୀଙ୍କ ଉପରେ ମାମଲା ରୁଜ ହୋଇଛି, ସେମାନଙ୍କ ମଧ୍ୟରେ ରାଂଚିର ହିନ୍ଦପିଢି ଥାନାରେ ୧୭ ବିଦେଶୀ ନାଗରିକ ଓ ଜଣେ ଭାରତୀୟ, ଜାସସେଦପୁରର ମୁସାବନିରେ ୧୧ ବିଦେଶୀ ନାଗରିକ ତଥା ଧନବାଦର ଗୋବିନ୍ଦପୁର ଥାନାରେ ୧୦ ବିଦେଶୀ ସହିତ ୧୪ ଜଣ ସାମିଲ । ରାଂଚିର ବିଭିନ୍ନ ଇଲାକାର ମସଜିଦରୁ ଧରା ପଡିଥିବା ସମସ୍ତ ବିଦେଶୀ ନାଗରିକଙ୍କୁ ସଂପ୍ରତି ଖେଲଗାଓଁ ସ୍ଥିତ କ୍ୱାରେନଟାଇନ କେନ୍ଦ୍ରରେ ରଖାଯାଇଛି । ଜଣେ ସଂକ୍ରମିତ ମହିଳା ରିମ୍ସର ଆଇସୋଲେସନ ଓ୍ାର୍ଡରେ ଚିକିତ୍ସାଧୀନ ଅଛନ୍ତି ।
ଅନ୍ୟପଟେ ଜାମସେଦପୁରରେ ଧରା ପଡିଥିବା ବିଦେଶୀ ନାଗରିକଙ୍କୁ ପୋଲିସ୍ ପ୍ରଶିକ୍ଷଣ କେନ୍ଦ୍ରରେ ରଖାଯାଇଛି । ରୁଜୁ ହୋଇଥିବା ମାମଲାରେ ଉଲ୍ଲେଖ ରହିଛି ଯେ, ଏହି ସବୁ ବିଦେଶୀ ନାଗରିକ ଟୁରିଷ୍ଟ ଭିସାରେ ଭାରତରେ ପ୍ରବେଶ କରିଥିଲେ ଏବଂ ଧାର୍ମିକ ନିୟମର ଉଲ୍ଲଂଘନ କରିଥିଲେ । ଏହି ସବୁ ବିଦେଶୀ ନୂଆଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ମରକଜରେ ମଧ୍ୟ ସାମିଲ ହେଲେ ଏବଂ ସେଠାରୁ ରାଜ୍ୟର ବିଭିନ୍ନ ଇଲାକାରେ ଥିବା ମସଜିଦକୁ ପହଁଚିଥିଲେ । ଏମାନେ ଲକଡାଉନ ସମୟରେ କରୋନା ଭାଇରସ୍ ସଂକ୍ରମଣ ପ୍ରସାର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।
ଉଲ୍ଲେଖନୀୟ ଏପ୍ରିଲ ୩ରେ ହିନ୍ଦୁସ୍ଥାନ ସମାଚାରର ଟୁରିଷ୍ଟ ଭିସାରେ ଆସି ଧର୍ମ ପ୍ରଚାର କରିଥିବା ବିଦେଶୀଙ୍କ ଉପରେ ପୋଲିସ ଏଫଆଇଆର କରିଥିବା ମାମଲା ଖବର ପ୍ରକାଶ କରିଥିଲା । ଉଲ୍ଲେଖନୀୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପର୍ଯ୍ୟଟକ ଭିସାରେ ତବଲିଗି ଗତିବିଧିରେ ଲିପ୍ତ ୯୬୦ ବିଦେଶୀଙ୍କୁ କଳାତାଲିକା ଭୁକ୍ତ କରି ସାରିଛି । ଏହା ସହିତ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହା ସହିତ ସେମାନଙ୍କର ଭାରତୀୟ ଭିସା ରଦ୍ଦ କରିଥିଲା । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତବଲିଗି ଜମାତ, ନିଜାମୁଦ୍ଦିନ ମାମଲାରେ ଦିଲ୍ଳୀ ପୋଲିସ୍ ଓ ଅନ୍ୟ ସମ୍ବନ୍ଧିତ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କୁ ବିଦେଶୀ ଅଧିନିୟମ ୧୯୪୬ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିୟମ ୨୦୦୫ର ନିୟମ ଉଲ୍ଲଂଘନ କରିଥିବା ୯୬୦ ବିଦେଶୀଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଥିଲା ।