ନୂଆଦିଲ୍ଲୀ– କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ କୋଭିଡ-19 ମୁକାବିଲା ଲାଗି ସମସ୍ତ ଅଗ୍ରଣୀ କର୍ମୀଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ଏକ ଇ-ଲର୍ଣ୍ଣିଂ ପ୍ଲାଟଫର୍ମ (https://igot.gov.in) ବିକଶିତ କରାଯାଇଛି। ଏଥିରେ ସେମାନଙ୍କ ପାଇଁ ଟ୍ରେନିଂ ଓ ଅପଡେଟ ରହିଛି ଯାହା ମହାମାରୀ ମୁକାବିଲା କ୍ଷେତ୍ରରେ ସହାୟକ ହେବ। ଦ୍ବିତୀୟ ଶ୍ରେଣୀର କର୍ମଶକ୍ତିକୁ କୋଭିଡ-19 ମୁକାବିଲା ନିମନ୍ତେ ତାଲିମ ଦେବା ଫଳରେ ଭାରତ ଆହ୍ଵାନପୂର୍ଣ୍ଣ ପରିସ୍ଥିତିକୁ ଭଲ ଭାବେ ମୁକାବିଲା କରିବାରେ ସହାୟକ ହେବ।