ବ୍ରହ୍ମପୁର: ଜିଲ୍ଲା ପ୍ରଶାସନର ବାରମ୍ବାର ତାଗିଦ୍ ସତ୍ତ୍ୱେ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଅବମାନନା କରିବା ଅଭିଯୋଗରେ ବ୍ରହ୍ମପୁର ବଡବଜାର ପୋଲିସ ଓ ବିଏମ୍ସି ମିଳିତ ଚଢ଼ାଉକରି ବଡବଜାର ଦେଶୀବେହେରା ସାହିସ୍ଥିତ ୮ଟି ଦୋକାନକୁ ସିଲ୍ କରାଯାଇଥିବା ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି । କମିଶନରଙ୍କ ସୂଚନା ପ୍ରକାରେ ଉକ୍ତ ଦୋକାନୀ ଓ ବଜାର ଅଞ୍ଚଳରେ ପୋଲିସ ଓ ବିଏମ୍ସି ପକ୍ଷରୁ ବାରମ୍ବାର କରୋନା ଭୁତାଣୁ ସଂକ୍ରମଣ ଠାରୁ ଦୂରରେ ରହିବା ପାଇଁ ସମଦୂରତା ବଜାଇ ରଖିବା, ମୁହଁରେ ମାସ୍କ ପରିଧାନ ଓ ଦୋକାନକୁ ଆସୁଥିବା ଗ୍ରାହକମାନଙ୍କ ପାଇଁ ସାନିଟାଇଜରର ବ୍ୟବସ୍ଥା ଆଦି ରଖିବା ସହ ପ୍ରଶାସନର ନିର୍ଦ୍ଦେଶକୁ ମାନି ବ୍ୟବସାୟ କରିବା ପାଇଁ କୁହାଯାଇଥିଲା । ତେବେ କିଛି ଦୋକାନୀ ଖୁଲମଖୁଲା ଏହାର ଉଲ୍ଲଂଘନ କରି ବ୍ୟବସାୟ କରୁଥିବା ଖବରପାଇ ବଡବଜାର ପୋଲିସ ଓ ବିଏମ୍ସି ଅଧିକାରୀମାନେ ଏକକାଳୀନ ଚଢ଼ାଉକରି ୮ଟି ଦୋକାନକୁ ସିଲ୍ କରିଥିବା ଜଣାପଡିଛି ।