ବ୍ରହ୍ମପୁର: କୋଭିଡ-୧୯ ମହାମାରୀ ଯୋଗୁ ଡକାଯାଇଥିବା ଲକ୍ ଡାଉନ୍ ସମୟରେ ଆଇଓସିଏଲ୍ ଜନସାଧାରଣଙ୍କୁ ଅତ୍ୟାବଶ୍ୟକୀୟ ସେବା ଯୋଗାଇବା ପାଇଁ ସଙ୍କଳ୍ପ ନେଇଛି । ଦେଶରେ ଯେତେବେଳେ କୌଣସି ସମସ୍ୟା କିମ୍ବା ପ୍ରାକୃତିକ ଦୁର୍ବିପାକ ଉପୁଜେ ସେତେବେଳେ ଇଣ୍ଡିଆନ ଅଏଲ୍ ଏହାର ସମାଧାନ ପାଇଁ ଆଗକୁ ଆସିଥାଏ । ବର୍ତ୍ତମାନ କୋଭିଡ-୧୯ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଇଣ୍ଡିଆନ ଅଏଲ୍ର ଡେଲିଭରମ୍ୟାନ କିମ୍ବା ପମ୍ପ ଆଟେଡାଣ୍ଟ ପର୍ଯ୍ୟନ୍ତ ସମସ୍ତେ ଦିନରାତି ପର୍ଯ୍ୟନ୍ତ କାମକରି ଉପଭୋକ୍ତାଙ୍କ ପାଖକୁ ବିନା ଦ୍ୱିବ୍ଧାରେ ଏଲ୍ପିଜି ଆଦି ପହଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି । ସମସ୍ତ ସେବା ଯୋଗାଇବା ସହ ସାମାଜିକ ଦୂରତ୍ୱ, ସାନିଟାଇଜରର ବ୍ୟବହାର ଓ ଅନ୍ୟ ସୁରକ୍ଷା ନିୟମାବଳୀର ସଠିକ୍ ଭାବେ ପାଳନ ମଧ୍ୟ କରୁଛନ୍ତି । ଇଣ୍ଡିଆନ ଅଏଲ୍ର ଏଲ୍ପିଜି ଶୋରୁମ୍ କର୍ମଚାରୀ, ଗୋଦାମ କିପର, ଏଲ୍ପିଜି ମେକାନିକ୍, ଡେଲିଭେରି ବଏ, ଟ୍ରକ୍ ଡ୍ରାଇଭରମାନଙ୍କୁ ୫ଲକ୍ଷ ଟଙ୍କାର ଅନୁଦାନ ଓ ଉଜ୍ଜଳା ଉପଭୋକ୍ତାମାନେ ଏପ୍ରିଲ୍ ୧ ଠାରୁ ଆଗାମୀ ୩ମାସ ଯାଏଁ ମାଗଣା ସିଲିଣ୍ଡର ଦିଆଯିବ ଓ ନିରନ୍ତର ଏଲ୍ପିଜି ଯୋଗାଣ ପାଇଁ ଆଓସିଏଲ୍ ସଙ୍କଳ୍ପ ନେଇଥିବା ଜଣାପଡିଛି ।
Related Stories
November 24, 2024
November 24, 2024