ଭଞ୍ଜନଗର ଜୟକୃଷ୍ଣ ପଟ୍ଟନାୟକ – କୋଭିଡ-୧୯କୁ ନେଇ ଗଞ୍ଜାମ ଜିଲ୍ଲାରେ ସଟ ଡାଉନ ଘୋଷଣା ହେବା ପରେ ଭଞ୍ଜନଗର ଉପଖଣ୍ଡରେ ନିୟମ କଡ଼ାକଡ଼ି କରାଯାଇଛି।ସହରର ୪ଟି ପ୍ରମୁଖ ପ୍ରବେଶ ପଥରେ ଚେକିଙ୍ଗ ଜୋରଦାର କରାଯାଇଛି।ବିନା କାରଣରେ ସହରକୁ ଆସୁଥିବା ଲୋକଙ୍କୁ ଫେରାଇ ଦିଆଯାଉଛି।ଆଜି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଉପସ୍ଥିତିରେ ହଠାତ ୨ଜଣ ଯୁବକ ଆସୁଥିବା ଦେଖି ତାଙ୍କୁ ଅଟକାଇ ପଚାରିବାରୁ ସେମାନେ ସ୍ଥାନୀୟ ଏଚ ଡି ଏଫ ସି ବ୍ୟାଙ୍କ କର୍ମଚାରୀ ବୋଲି କହିଥିଲେ ମଧ୍ୟ ପାଖରେ ପରିଚୟ ପତ୍ର ନଥିଲା ଏବଂ ବୁଲୁଥିବାର କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ।ଫଳରେ ଉକ୍ତ ବ୍ୟାଙ୍କ ମ୍ୟାନେଜର ଙ୍କୁ ଡ଼ାକି ତାଗିଦ କରିବା ସହ ଉଭୟ କର୍ମଚାରୀଙ୍କୁ ଟାଉନ ହଲ କ୍ୱାରେଣ୍ଟାଇନ ହୋମକୁ ୧୪ଦିନ ପାଇଁ ପଠେଇ ଦିଆଯାଇଛି।