-
ବୁଧବାର ଆଉଜଣେ ସନ୍ଦିଗ୍ଧ ଭର୍ତ୍ତି
ବ୍ରହ୍ମପୁର: ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଦିନକୁ ଦିନ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବୁଧବାର ପୁଣି ଆଉ ଜଣେ ସନ୍ଦିଗ୍ଧ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଘର ବ୍ରହ୍ମପୁର ଲୋଚାପଡ଼ା ଅଞ୍ଚଳରେ ହୋଇଥିବା ବେଳେ ସେ ଥଣ୍ଡା ଓ ଜ୍ୱରରେ ଆକ୍ରାନ୍ତ ଥିବାରୁ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ତାଙ୍କ ବୟସ ୭୪ବର୍ଷ ଏବଂ ସେ ବ୍ରହ୍ମପୁରରୁ ବାହାରକୁ ଯାଇନଥିଲେ । ପରିବାରର କେହି ମଧ୍ୟ ରାଜ୍ୟ କିମ୍ବା ଦେଶ ବାହାରକୁ ଯାଇନାହାନ୍ତି । ଏହି ବୃଦ୍ଧ ଓ ମଙ୍ଗଳବାର ଭର୍ତ୍ତି ହୋଇଥିବା ବଡ଼ଗଡ଼ ଅଞ୍ଚଳର ଜଣେ ଯୁବକଙ୍କ ବୁଧବାର ସ୍ୱାବ୍ ସଂଗ୍ରହ କରି ଭୁବନେଶ୍ୱର ପଠାଯାଇଥିବା ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ଏହି ୱାର୍ଡରେ ୩ଜଣ ସନ୍ଦିଗ୍ଧ ରହିଥିବା ସେ ସୂଚନା ଦେଇଥିବା ବେଳେ କରୋନା ପରୀକ୍ଷା ପାଇଁ ଅନୁମତି ଆସିନଥିବା କହିଛନ୍ତି ।